-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
20-Nov-2021
ବିନିକା(ହିମାଂଶୁ ଶେଖର ପୁଟେଲ) ବିନିକା ବ୍ରଜ ବିହାରୀ ନୃତ୍ୟ କଳା ପରିଷଦ ତରଫରୁ ଚଳିତ ମାର୍ଗଶିର ମାସ ୨୪ ତାରିଖରୁ ୨ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଗୋକୁଳାଷ୍ଟମି ଯାତ୍ରା ପାଇଁ ଆଜି ଦଧିବାମନ ମନ୍ଦିର ସମ୍ଭୁଖରେ ଯାତ୍ରା କମିଟି ପକ୍ଷରୁ ଶୁଭସ୍ତମ୍ଭ ସ୍ଥାପନ କରାଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ବିନିକା ଏନ ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀକର ରଥ ଯୋଗଦେଇଥିଲେ l କାର୍ଯ୍ୟକ୍ରମରେ ପୂଜକ ଭାବେ ମାନଭଞ୍ଜନ ପୁଝାରୀ,କର୍ତ୍ତା କୃଷ୍ଣଚନ୍ଦ୍ର ଦାସ ଦାୟିତ୍ଵ ତୁଲାଇଥିବା ବେକେ ଯାତ୍ରା କମିଟି ସଭାପତି ପ୍ରସନ୍ନ ଦାସ,ସମ୍ପାଦକ ସଞ୍ଜୟ ଦାସ,ଗୁରୁ ମନୋଜ ଦାସ,ଶିବଶଙ୍କର ଦାସ,ଗାୟକ ରଘୁନାଥ ମାହାଣା,ରଘୁନାଥ ସାହୁ,ରାମଚରଣ ଦାସ,ସୀତାରାମ ଦାସ,ସୂର୍ଯ୍ୟ ନାରାୟଣ ଦାସ,ସୀତାରାମ ମାହାଣା,ସଞ୍ଜୟ ସାହୁ,ରମାକାନ୍ତ ଦାସ,ବ୍ରଜ ବିହାରୀ ମାହାଣା,ଈଶ୍ୱର ମାହାଣା,ଅନନ୍ତ ସାହୁ,ବିଶ୍ଵନାଥ ମାହାଣା ପ୍ରମୁଖ ଉପସ୍ଥିତ ଥିଲେ l ସରକାରଙ୍କ କୋଭିଡ ନିୟମ ଅନୁସାରେ ଯାତ୍ରା ପାଳନ କରାଯିବ ବୋଲି ନିଷ୍ପତି ନିଆଯାଇଛି l