-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
18-Nov-2021
ଧର୍ମଗଡ଼ (ଜ୍ୟୋତିରଞ୍ଜନ ବେମାଲ )
ଉଦ୍ଧାର ହେଲେ ଆଠ ଜଣ ଦାଦନ ଶ୍ରମିକ ଆନ୍ଦ୍ରାପ୍ରଦେଶ ପଇତାପାଳି ରେ କଳାହାଣ୍ଡି ଜିଲ୍ଲା ଜୟନ୍ତପୁର ପଞ୍ଚାୟତ ଅଧିନସ୍ତ ରଇନଗୁଡ଼ା ଗ୍ରାମର ଆଠଜଣ ଦାଦନଶ୍ରମିକ ଜଣେ ଠିକାଦାର ପାଖରେ ଅଟକ ରହିବା ଓ ନିର୍ଯ୍ୟାତନା ର ଶିକାର ହେବା ଖବର ପ୍ରେରଣା ନିଉଜ ରେ ପ୍ରସାରଣ ହୋଇଥିଲା।ଖବର ପ୍ରସାରଣ ହେବା ପରେ ଜିଲ୍ଲା ଶ୍ରମ ବିଭାଗ ତତ୍ପରତା ସହ ପଦକ୍ଷେପ ନେଇ ଥିଲେ। ଜିଲ୍ଲା ଶ୍ରମ ବିଭାଗ ଆନ୍ଦ୍ରପ୍ରଦେଶ ପ୍ରଶାସନ ଙ୍କ ସହ ଯୋଗାଯୋଗ କରିବା ସହ ପୋଲିସ ସହାୟତା ରେ ଦାଦନ ଶ୍ରମିକ ଙ୍କୁ ଉଦ୍ଧାର କରି ଆଜି ନିଜ ଗାଁ ରଇନଗୁଡା ପଠାଇଛି। ସୂଚନା ଯେ ଏହି ବାବଦରେ ସ୍ଥାନୀୟ ସରପଞ୍ଚ ରମଣୀ ଦୁରିଆ ଗତ ୨୮ତାରିଖ ଦିନ ଧର୍ମଗଡ଼ ଉପଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ କରିବା ସହ ଉଦ୍ଧାର ପାଇଁ ଆବେଦନ କରିଥିଲେ।ଏଥିସହ ଲଗାତାର ଭାବେ ଜିଲ୍ଲା ଶ୍ରମ ବିଭାଗ ଅଧିକାରୀ ଙ୍କ ସହ ଯୋଗାଯୋଗ ରେ ଥିଲେ।