-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
16-Nov-2021
ପାଟଣାଗଡ଼ (ପୁର୍ଣ୍ଣ ଶଶୀ ଶେଖର ରାଓ) ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଳକ ଉଲବା ଗାଁ ର ନବଜ୍ୟୋତି କ୍ଲବ ଆନୁକୂଲ୍ୟରେ ରେ ହେଉଥିବା ୧୯ ତମ ଫୁଟବଲ ଟୁର୍ନାମେଣ୍ଟ ର ଆଜି ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ତା.୦୬/୧୧/୨୨ ରୁ ଖେଳ ଆରମ୍ଭ ହୋଇଥିବା ବେଳେ ସର୍ବମୋଟ ୧୭ଟି ଦଲ ଖେଳିଥିଲେ। ଏବଂ ସମସ୍ତ ଙ୍କୁ ପରାଜିତ
କରି ଲରମ୍ଭା ଓ ଘସିଏନ ମଧ୍ୟରେ ଫାଇନାଲ ପ୍ରତିଯୋଗିତା ହୋଇଥିଲା। ଏଥିରେ ଲରମ୍ଭା କୁ ୨ ଗୋଟି ଗୋଲ୍ ଦେଇ ଘସିଏନ ବିଜୟୀ ହୋଇ ପୃରୁଷ୍କୃତ ହୋଇଥିଲା। ଏହି କାର୍ଯ୍ଯକ୍ରମ ରେ ମୁଖ୍ୟ ଅତିଥି ଭାବରେ ପାଟଣା ମହାରାଜା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ କନକ ବଦ୍ଧନ ସିଂ ଦେଓ ଯୋଗଦାନ କରି ବିଜୟୀ ଦଳକୁ ପୁରସ୍କାର ପ୍ରଦାନ କରିଛନ୍ତି। ଏବଂ ସମ୍ମାନୀତ ଅତିଥି ଭାବେ ପାଟଣାଗଡ ବ୍ଲକ ଅଧ୍ଯକ୍ଷ ଭକ୍ତବନ୍ଧୁ ନାଏକ ଓ ଗ୍ରାମର ବଡବଡିଆ ଲୋକ ଯୋଗ ଦେଇ ଖେଲାଡି
ମାନଙ୍କୁ ଉତ୍ସାହିତ କରିବା ସହ ଆହୁରି ଭଲ ଭାବରେ ଖେଲିବା ପାଇଁ ପରାମର୍ଶ ଦେଇଥିଲେ। ଏଭଳି ଅଞ୍ଚଳ ର ଖେଳାଳି ମାନଙ୍କ ସାହାଯ୍ୟ ସହଯୋଗ ଥିଲେ ପ୍ରତିଯୋଗିତା କୁ ଆଗାମୀ ଦିନରେ ଆହୁରି ସୁଦୃଢ଼ କରିବା ପାଇଁ ଚେଷ୍ଟା କରିବା ବୋଲି କ୍ଳବ ସଭାପତି ସୁବାସ କୁମ୍ଭାର ଓ ସମ୍ପାଦକ ଠଣସୁନ୍ଦର ଖୁଟଲା ମନ୍ତବ୍ୟ ଦେଇଛନ୍ତି।