-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
14-Nov-2021
ବଲଙ୍ଗୀର ରେ ଜିଲ୍ଲା ସ୍ତରୀୟ ଶିଶୁ ମହୋଉତ୍ସବ “ସୁରଭି” କାର୍ଯ୍ୟକ୍ରମ ସ୍ଥାନୀୟ ପି,ଆର୍, ହାଇସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ସୁରଭି କାର୍ଯ୍ୟକ୍ରମର ଉଦ୍ଘାଟନୀ ଉତ୍ସବରେ ସ୍ଥାନୀୟ ଡ଼ିଇଓ ଧ୍ରୁବ ଚରଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭାରମ୍ଭ କରିଥିଲେ। ବିଦ୍ୟାଳୟ ପରିସରରେ
ବିଭିନ୍ନ ସ୍କୁଲର ଛାତ୍ରୀଛାତ୍ରଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମି ଉଠିଥିଲା । କୋରନା କଟକଣାକୁ ଦୃଷ୍ଟିରେ ରଖି ଅଞ୍ଚଳର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଗୀତ, ନାଚ, ପ୍ରବନ୍ଧଲିଖନ, ଚିତ୍ରାଙ୍କନ, ବକ୍ଟୁକ୍ତା ପ୍ରଦାନ, ଡିବେଟ୍ ଆଦି ପ୍ରତିଯୋଗିତାରେ
ଅଂଶଗ୍ରହଣ କରିଥିଲେ। ପ୍ରତିଯିଗୀତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀଛାତ୍ର ମାନଙ୍କୁ ପୁରସ୍କୃତ କରାଯାଇଥିଲା। (ବଲାଙ୍ଗୀର ଜିଲ୍ଲାରୁ ଅନ୍ତର୍ୟାମୀ ସାହୁଙ୍କ ରିପୋର୍ଟ)