-+91-9937148622 |
prerana_bgr@rediffmail.com |
Saturday 27th June 2026 |
R.N.I. Regd No. ODIODI/2010/46693
Breaking News
14-Nov-2021
କେନ୍ଦ୍ରପଡା (ଶିବ ପ୍ରସାଦ ସେନାପତି) ବିପର୍ଯ୍ୟୟ ସମୟରେ କିଭଳି ମୁକାବିଲା ସହିତ ପରିଚାଳନା ଓ ସୁରକ୍ଷା କରାଯାଇ ପାରିବ ସେ ନେଇ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ନିମନ୍ତେ କ୍ଲଷ୍ଟର ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଗରଦପୁର ବ୍ଳକ୍ ବଡବେତରା ପଞ୍ଚାୟତର କୁସୁନପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଯାଇଅଛି। କୁସୁନପୁର ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଗୀତାଞ୍ଜଳି ତ୍ରିପାଠୀଙ୍କ ସଭାପତିତ୍ବରେ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପୂର୍ବତନ CRCC ଶ୍ରୀଯୁକ୍ତ ଅଲେଖ ପଟ୍ଟନାୟକ ବିପର୍ଜୟର ମୁକାବିଲା ପାଇଁ ଲୋକ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଥିଲେ।
ମୁଖ୍ୟବକ୍ତା ଭାବେ ମଧୁଶାସନ CRCC ସରୋଜ କୁମାର ଦାସ ଯୋଗ ଦାନ କରିଥିଲେ। ମଞ୍ଚ ପରିଚାଳନା ଶିକ୍ଷକ ମୁରଲୀ ଧର ପାତ୍ର କରିଥିବାବେଳେ ଶିକ୍ଷୟିତ୍ରୀ ମଞ୍ଜୁବାଳା ସ୍ୱାଇଁ ,କବିତା ସେଠୀ,ସସ୍ମିତା ମହାନ୍ତି, ସୁଚିତ୍ରା ମଲ୍ଲିକ,ଶ୍ୱେତ ମଞ୍ଜରୀ ପଣ୍ଡା, ମଞ୍ଚଗଙ୍ଗାଧର ଦଳାଇ,ଶିକ୍ଷକ ସରୋଜ ବଳ,ମନମୋହନ ସେଠୀ,ରାଜେନ୍ଦ୍ର ଭୋଇ,ରମାକାନ୍ତ ରାଉତ,ପ୍ରଦୀପ ନାୟକ ଆଦି ଯୋଗ କରିଥିଲେ। ପ୍ରଧାନ ପଟିକିରା CRCC ଅନିଶ ଉଦିନ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବଡବେତରା ସରପଞ୍ଚ ଦିଲ୍ଲିପ କୁମାର ନାୟକ, ଓରତି ମେଡ଼ିକାଲ ଅଫିସର ପ୍ରମୋଦ କୁମାର ବିଶ୍ଵାଳ, ବିଦ୍ୟୁତ୍ ବିଭାଗ ଅଧିକାରୀ
ଆଲୋକ କୁମାର ନାୟକ,ସାମ୍ବାଦିକ ଶିବ ପ୍ରସାଦ ସେନାପତି,ପ୍ରତୀକ ମିଶ୍ର ଯୋଗଦେଇ ଥିଲେ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ନିରାକରଣ ନିମନ୍ତେ ସଚେତନତା ସୃଷ୍ଟି କରାଯିବ ସେ ସମ୍ପର୍କରେ ସଭାରେ ଆଲୋଚନା କରିଥିଲେ।