-+91-9937148622 |
prerana_bgr@rediffmail.com |
Monday 29th June 2026 |
R.N.I. Regd No. ODIODI/2010/46693
Breaking News
13-Nov-2021
ଉଲୁଣ୍ଡା (ଗୌରଚନ୍ଦ୍ର ପରିଛା) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୋଟସମଲାଇ ପାତାଳୀ ଶ୍ରୀ କ୍ଷେତ୍ରରୁ ଆଜି ତୁଳସୀ ରଥର ଶୁୁଭାରମ୍ଭ ହୋଇଛି । ପ୍ରକାଶ ଯେ ଆସନ୍ତା ୧୫ ତାରିଖ ଦିନ ପୁରୀ ଶ୍ରୀଜଗନ୍ନାଥଙ୍କ ନାଗାର୍ଜୁନ ବେଶ ଅନୁଷ୍ଠିତ ହେବ । ଏଣୁ ଆଜି ଏହି ରଥ ପାତାଲି ଶ୍ରୀକ୍ଷେତ୍ରରୁ ବାହାରିଛି । ପ୍ରଥମେ ଛଲିଆ ପାହଡ ସ୍ଥିତ ପାତାଲି ଜଗନ୍ନାଥଙ୍କ ପୂଜାର୍ଚନା କରାଯାଇଥିଲା । ପରେ ଆଲତୀ, ଗଙ୍ଗାଜଳ, ଚନ୍ଦନ, ଆଗୁରୁ, କର୍ପୁର ଆଦିରେ ରଥର ବିଷୁଦ୍ଧି କରଣ କଲାପରେ ଆଜ୍ଞାମାଲ ସ୍ଥାପନ କରାଯାଇଥିଲା । ପରେ ଘଂଟ, ଶଙ୍ଖ, ସଂର୍କିତନ ସହ ନଗର ପରିକ୍ରମା କରି ତୁଲସୀ ‘ୁଲ ସଂଗ୍ରହ କରାଯାଇଥିବା ବେଳେ ପ୍ରତ୍ୟେକ ଦ୍ୱାର ମୁହଁରେ କଲସ, ଜାଗର ବସାଇ ସ୍ୱାଗତ କରିବା ସହ ପୁଜାର୍ଚନା କରିଥିଲେ । ଏହି ରଥ ବିନିକା, ସୁବର୍ଣ୍ଣପୁର, ବୌଦ୍ଧ, ଦଶପଲ୍ଲା, ନୟାଗଡ ଓ ଖୋର୍ଦ୍ଧା ଦେଇ ପୁରିରେ ପହଂଚିବ ବୋଲି ଟ୍ରଷ୍ଟ ତର‘ରୁ ସୂଚନା ମିଲିଛି ।