-+91-9937148622 |
prerana_bgr@rediffmail.com |
Monday 6th July 2026 |
R.N.I. Regd No. ODIODI/2010/46693
Breaking News
11-Nov-2021
ଗଞ୍ଜାମ (ପ୍ରେରଣା ଖବର) : ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଜୟପୁର ଗ୍ରାମ ନୁଆସାହିରେ ଆଜି ସନ୍ଧ୍ୟାରେ ଅଗ୍ନିକାଣ୍ଡ ହୋଇଥିବା ଦେଖିବାକୁ ମିଳିଛି l ଅଗ୍ନିକାଣ୍ଡରେ ଦୁଇ ଟି ଚାଳ ଘର ସମ୍ପୂର୍ଣ ପୋଡି ଯାଇଥିବା ବେଳେ ସର୍ଟ ସର୍କିଟ କାରଣରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି l ଗ୍ରାମର ନିଗମ ଭଞ୍ଜ ଓ ଭାସ୍କର ଭଞ୍ଜ ଙ୍କ ଘରେ ଆଜି ସନ୍ଧ୍ୟା ସମୟରେ ଅଚାନକ ନିଆଁ ଲାଗିଯାଇଥିଲା l ଗ୍ରାମର ଯୁବକ ମାନେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ନିଆଁ ଆୟତ୍ତ ହୋଇପାରିନଥିଲା l ଆସିକା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ କୁ ଆୟତ୍ତ କରିଥିବା ବେଳେ କ୍ଷୟ କ୍ଷତି ର ଆକଳନ କରୁଛି ପ୍ରଶାସନ l ଅନ୍ୟପଟେ ଅଗ୍ନିକାଣ୍ଡରେ ସର୍ବସ୍ୱାନ୍ତ ହୋଇଥିବା ପରିବାର ସରକାରୀ ସହାୟତା ଦାବିକରିଛି l