-+91-9937148622 |
prerana_bgr@rediffmail.com |
Monday 6th July 2026 |
R.N.I. Regd No. ODIODI/2010/46693
Breaking News
11-Nov-2021
ବରଗଡ଼(ନିରଞ୍ଜନ ତ୍ରିପାଠୀ) - ଭୂମିହୀନଙ୍କୁ ଜାଗା ଦେବାକୁ ସରକାର ଯୋଜନା କରିଛନ୍ତି ସତ ହେଲେ ଏହାର ବାସ୍ତବିକ ଚିତ୍ର ଅଲଗା । ବରଗଡ଼ ଜିଲ୍ଳା ବରପାଲି ବ୍ଲକ କୁସନପୁରୀ ଗାଁ ର ୫୮ ଜଣ ଭୂମିହୀନ ପରିବାରକୁ ସରକାର ୧୯୯୦ ମସିହାରେ ୪ ଡିସମିଲ ଜାଗାର ପଟ୍ଟା ପ୍ରଦାନ କରିଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ସେହି ଜମିରେ ଦଖଲ ଦେଇ ନାହାନ୍ତି । ଯାହା ଫଳରେ ଗରିବ ଲୋକ ନିଜକୁ ଠକେଇ ହୋଇଥିବା ଅନୁଭବ କରୁଛନ୍ତି । ଜମିର ମାଲଗୁଜାରୀ ପଇଠ କରୁଥିଲେ ବି ଜମି ଦଖଲ କରିବାକୁ ତହସିଲଦାର ମନା କରୁଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଭୂମିହୀନ ପରିବାର ପକ୍ଷରୁ କୁସନପୁରୀ ଆର.ଆଇ ଅଫିସରେ ତାଲା ମାରି ପ୍ରତିବାଦ କରିଛନ୍ତି । ମୁଖ୍ୟମନ୍ତ୍ରୀ ଙ୍କ ବିଜେପୁର ଗସ୍ତ ପୂର୍ବରୁ ଏହାର ଯଦି ସମାଧାନ ନ ହୁଏ ତା ହେଲେ ଜୋରଦାର୍ ବିରୋଧ କରଯିବ ବୋଲି ଚେତାବନୀ ଦେଇଛନ୍ତି ।