-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
11-Nov-2021
ପୁରୀ (ସମୀର ରଞ୍ଜନ ନାୟକ )ଆସନ୍ତା ୧୨ ଓ ୧୫ ତାରିଖରେ ସାକ୍ଷୀଗୋପାଳ ମନ୍ଦିର ପରିସରରେ ୧୪୪ ଧାରା ଜାରି କରାଯିବ । ଆସନ୍ତା ୧୨ ତାରିଖରେ ଅଁଳା ନବମୀ ଓ ୧୫ ତାରିଖରେ ବଡ ଏକାଦଶୀ ଦିନ ଏହି କଟକଣା ଯାରି କରାଯାଇଛି । ଉପ ଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁଙ୍କ ଅଧ୍ୟକ୍ଷତାରେ ସାକ୍ଷୀଗୋପାଳ ଠାରେ ଅନୁଷ୍ଠିତ ସମନ୍ବୟ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଉକ୍ତ ଦୁଇ ଦିନରେ ବହୁ ସଂଖ୍ୟାରେ ଜନ ଗମାଗମ ହେବା ଏବଂ କରୋନା ବ୍ୟାପିବା ଆଶଙ୍କା ଥିବାରୁ ଏହି କଟକଣା ବଳବତ୍ତର ରହିବ । କେବଳ ସ୍ବୀକୃତିପ୍ରାପ୍ତ ବ୍ୟକ୍ତି ବିଶେଷ ମାନଙ୍କ ପ୍ରବେଶାନୁମତି ରହିବ । ମନ୍ଦରିର ନୀତିକାନ୍ତି ସୂଚାରୁ ରୂପେ ପରିଚାଳନା କରିବା ସଂକ୍ରାନ୍ତରେ ସଂପୃକ୍ତ ସେବାୟତ ମାନଙ୍କ ସହ ଆଲୋଚନା କରାଯାଇଛି । ଅଗ୍ନିଶମ ବିଭାଗ ପକ୍ଷରୁ ମନ୍ଦିର ପରିସର ସାନିଟାଇଜ କରାଯିବା ସହ ନିୟନ୍ତ୍ରିତ ବଜାର କମିଟି
ପକ୍ଷରୁ ସଫେଇ କରାଯିବାକୁ ବୈଠକରେ ନିଷ୍ପତ୍ତି ହୋଇଛି । ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ତହସିଲଦାର ଶ୍ରୀ ଜୟନ୍ତ କୁମାର ଜୟସିଂ, ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ପ୍ରଧାନ, ଏସଡିପିଓ ଶ୍ରୀ ଦେବଦତ୍ତ ବରାଳ, ଥାନାଧିକାରୀ ଶ୍ରୀ ଦେବୀ ପ୍ରସାଦ ପାତ୍ର, ମନ୍ଦିର ନିର୍ବାହୀ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ, ଦେବତ୍ତୋର ବିଭାଗ ସହ କମିଶନର ଶ୍ରୀ ଶ୍ରୀଦିପ୍ ମିଶ୍ର, ସେବାୟତ ଓ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।