-+91-9937148622 |
prerana_bgr@rediffmail.com |
Tuesday 7th July 2026 |
R.N.I. Regd No. ODIODI/2010/46693
Breaking News
11-Nov-2021
ବିନିକା(ହିମାଂଶୁ ଶେଖର ପୁଟେଲ) ବିନିକା ମହିଳା ଜୁନିଅର କଲେଜରେ ଆଜିଠାରୁ ୩ଦିନ ବ୍ୟାପି କ୍ଲଷ୍ଟର ସ୍ତରୀୟ ରେଡକ୍ରସ ପ୍ରଶିକ୍ଷଣ ତାଲିମ କେନ୍ଦ୍ର ଆରମ୍ଭ ହୋଇଛି । କଲେଜ ଅଧ୍ୟକ୍ଷା ପ୍ରଗତି ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ତାଲିମ କେନ୍ଦ୍ରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାଇରସ ଚେଆରମେନ ଡିଆରସିସି ଡ଼ଃ ସତ୍ୟନାରାୟଣ ହୋତା ଉଦ୍ଘାଟନ କରିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ରେଡକ୍ରସ କୋଡିନେଟର ଉମାକାନ୍ତ ନାଗ,ମହିଳା କଲେଜ ରାଜନୀତି ବିଜ୍ଞାନ ଅଧ୍ୟାପକ ପଞ୍ଚାନନ ସାହୁ ଯୋଗଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ହୋତା ବିପର୍ଯ୍ୟୟ ପରିଚାଳନା ଓ ଫାଷ୍ଟେଡ ଏଡ ଉପରେ ବକ୍ତବ୍ୟ ରଖିଥିବା ବେଳେ ଶ୍ରୀ ନାଗ ରେଡକ୍ରସ ଇତିହାସ ଉପରେ ସୂଚନା ଦେଇଥିଲେ । ଏଥିରେ ୩ଟି କଲେଜର ଛାତ୍ରୀମାନେ ଭାଗ ନେଇଛନ୍ତି । ସଭାକୁ ଅଧ୍ୟାପିକା ବୈଜୟନ୍ତୀ ସାହୁ ସଂଯୋଜନା କରିଥିବା ବେଳେ ଶେଷରେ ରେଡକ୍ରସ ପ୍ରୋଗ୍ରାମ ଅଧିକାରୀ ସବ୍ୟସାଚୀ ଦନ୍ତା ଧନ୍ୟବାଦ ଅର୍ପଣ କରିଥିଲେ ।