-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
11-Nov-2021
ବଲାଙ୍ଗିର (ସନ୍ତୋଷ କୁମାର ଠାକୁର): ଆସନ୍ତା ନଭେମ୍ବର ୧୪ ତାରିଖ ରବିବାର ସନ୍ଧ୍ୟା ୬ ଟା ସମୟରେ ସ୍ଥାନୀୟ ସାମ୍ବାଦିକ ଭବନ ଠାରେ କବି ଶୁଭ୍ରାଂଶୁ ଶେଖର ପଣ୍ଡା ଙ୍କ ପ୍ରଥମ କବିତା ସଂକଳନ 'ବାଇଶି ପାହାଚ' ଉନ୍ମୋଚନ ଓ ଏକ ସାହିତ୍ୟ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ସ୍ରୋତସ୍ୱତୀ ପ୍ରକାଶନୀ ଦ୍ଵାରା ପ୍ରକାଶିତ ଏହି କବିତା ସଂକଳନ ଉନ୍ମୋଚନ ଉତ୍ସବରେ ନାଟ୍ୟ ଭୂଷଣ ଜଗଦାନନ୍ଦ ଛୁରିଆ, ଓଡିଶା ସାହିତ୍ୟ୍ ଏକାଡେମୀ ସଭ୍ୟା କବୟିତ୍ରୀ ଡ଼. ଜ୍ୟୋତିର୍ମୟୀ ସାହୁ. କବି ଭାଗୀରଥୀ ମିଶ୍ର, ଶିକ୍ଷାବିତ୍ ସନାତନ ଠାକୁର ପ୍ରମୁଖ ଅତିଥି ଭାବରେ ଯୋଗ ଦେବା ପାଇଁ ସ୍ୱୀକୃତୀ ପ୍ରଦାନ କରିଛନ୍ତି l ଏହି ସଭାରେ ସମସ୍ତେ ଯୋଗଦାନ କରିବାକୁ କବି ଶୁଭ୍ରାଂଶୁ ଶେଖର ପଣ୍ଡା ଅନୁରୋଧ କରିଛନ୍ତି l