-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
11-Nov-2021
ବଲାଙ୍ଗିର, ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ସିନଖମନ ଗ୍ରାମପାଖ ର ସିକାଛିଡା ଗ୍ରାମରେ ତେଜିଛି ମଦ ବିରୋଧି ଆନ୍ଦୋଳନ। ଗ୍ରାମର ସ୍କୁଲ ଯିବା ବାଟରେ ଏକ ଦେଶୀ ମଦବିକ୍ରି ଦୋକାନ ଚାଲିଛି। ତାକୁ ବନ୍ଦ କରିବାକୁ ବାରମ୍ବାର ଦାବୀ କରାଯାଉଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଓଲଟି ସେଠାରେ ଏକ ମଦ ଭାଟି କରିବାକୁ ବଲାଙ୍ଗୀର ଅବକାରୀ ବିଭାଗ ଅଣ୍ଟା ଭିଡ଼ିଛି। ଯାହାକୁ ପ୍ରତିବାଦ କରି, ଗାଁକୁ ସମ୍ପୂର୍ଣ୍ଣ ମଦମୁକ୍ତ କରିବାକୁ ଆଜି ସିକାଛିଡା ଗ୍ରାମବାସୀ ଜିଲ୍ଳାପାଳ ଚଞ୍ଚଳ ରାଣାଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
ଗ୍ରାମବାସୀ ମାନେ ଅବକାରୀ ବିଭାଗ ଅଧକ୍ଷକ ନାରାୟଣ ମେହେରଙ୍କୁ ଭେଟି ମଧ୍ୟ ଥିଲେ। ଅଵକାରି ଵିଭାଗ ର କାର୍ଯ୍ୟ।ନୁଷ୍ଠାନ ଶୂନ , ସେମାନଙ୍କର ଅଭିଯୋଗ ଅନୁସାରେ ଗାଁରେ ବେଆଇନ ମଦର ଆସର ଜମୁଛି, ସନ୍ଧ୍ୟାରେ ଅସାମାଜିକ ଵ୍ୟକ୍ତି ଙ୍କର କାର୍ଯ୍ୟକଳାପ ବୃଦ୍ଧି ପାଉଛି। ଗାଁର ରାସ୍ତା କଡରେ
ମଦ ଦୋକାନ ରହିଛି, ସେହି ରାସ୍ତା ଦେଇ ସ୍କୁଲ ର ଛୋଟ ଛୋଟପିଲା, ଝିଅ ପିଲା,ଗ୍ରାମର ମହିଳା ମାନେ ଭୟଭୀତ ହୋଇ ଯାତାୟାତ କରୁଛନ୍ତି। ତେଣୁ ଏ ସବୁ ମଦ କାରବାର ବନ୍ଦ କରାଯାଉ ନଚେତ ଗ୍ରାମବାସୀ ଆନ୍ଦୋଳନକୁ ରାଜରାସ୍ତାକୁ ଓଲ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।
(ବଲାଙ୍ଗୀର ଜିଲ୍ଲାରୁ ଅନ୍ତର୍ୟାମି ସାହୁଙ୍କ ରିପୋର୍ଟ)