-+91-9937148622 |
prerana_bgr@rediffmail.com |
Tuesday 7th July 2026 |
R.N.I. Regd No. ODIODI/2010/46693
Breaking News
11-Nov-2021
ଦେବଗଡ଼ (ପ୍ରେରଣା ଖବର ବ୍ୟୁରୋ) ବାଘ ଛାଲ ବିକ୍ରି ପାଇଁ ଡିଲ ହେଉଥିବା ବେଳେ ବନବିଭାଗର ଚଢାଉ କରିଥିବା ଦେଖିବାକୁ ମିଳିଛି । ଗୋଟିଏ ଚିତାବାଘ ଛାଲ ଜବତ ସହ ଜଣେ ଗିରଫ ହୋଇଛି । ଏପରି ଘଟଣା ଘଟିଛି ଦେବଗଡ଼ ଜିଲ୍ଲାରେ lଦେବଗଡ ବନଖଣ୍ଡ ରିଆମାଲ ଫରେଷ୍ଟ ରେଞ୍ଜ ପଳସମା ସେକ୍ସନ ବ୍ରାହ୍ମଣିପାଲି ଗାଁ ନିକଟରେ ବାଘ ଛାଲ ବିକ୍ରୀ ପାଇଁ ଡିଲ ଚାଲିଥିବା ବେଳେ ମାଡି ବସିଲା ବନବିଭାଗ । ଘଟଣାସ୍ଥଳରୁ କୁଣ୍ଢେଇଗୋଳା ଥାନା କୁସକଲିଆ ଗାଁର ୫୫ ବର୍ଷିୟ ପ୍ରହଲ୍ଲାଦ ପରିଡାଙ୍କୁ ଗିରଫ କରିଛି ବନବିଭାଗ । ବାଘ ଛାଲ ବେପାରୀଙ୍କୁ ଧରିବା ପାଇଁ ଦେବଗଡ ବନଖଣ୍ଡ ଅଧିକାରୀଣି କ୍ଷମା ଷଡଙ୍ଗୀଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା । ଚଢାଉ ସମୟରେ ଜଣେ ବେପାରୀ ଗିରଫ ହୋଇଥିବା ବେଳେ ଘଟଣାସ୍ଥଳରୁ ଆଉ କେତେଜଣ ଅଭିଯୁକ୍ତ ଫେରାର ମାରିଛନ୍ତି । ଏନେଇ ଅଧିକ ତଦନ୍ତ ଜାରି ରହିଥିବା ଜଣାପଡିଛି ।
ସର୍ବ ଶେଷ ସୂଚନା ଅନୁଯାୟୀ ଏ ଘଟଣାରେ ସିମିଲିହୋତା ଗ୍ରାମର ପାଣ୍ଡବ ପ୍ରଧାନ(୫୦)ଙ୍କୁ ମଧ୍ୟ ବିଲମ୍ବିତ୍ ରାତ୍ରୀରେ ଗିରଫ କରାଯାଇଛି ।