-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
10-Nov-2021
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ) ସୁବର୍ଣ୍ଣପୁର ସର୍କିଟ ହାଉସ ଠାରେ ଏକ ସାମ୍ବାଦିକ ସମ୍ବିଳନୀରେ ଦିବା ୪.୩୦ ସମୟରେ ଅନୁଷ୍ଟିତ ହୋଇଯାଇଛି l ଏଥିରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଯୋଗ ଦେଇ ସ୍କୁଲ ଖୋଲିବା ସମ୍ପର୍କରେ ସୂଚନା ଦେଇଥିଲେ l କୋଭିଡର ପରବର୍ତ୍ତୀ ସ୍ଥିତି ସ୍ୱାଭାବିକ ହେବାରେ ଲାଗିଛି । ଦ୍ୱାଦଶ, ଦଶମ, ନବମ ଶ୍ରେଣୀ ଖୋଲିବା ପରେ ଅଷ୍ଟମ ଶ୍ରେଣୀ ମଧ୍ୟ ଖୋଲିଛନ୍ତି ରାଜ୍ୟ ସରକାର । କୋଭିଡ଼ ନିୟମ ଅନୁପାଳନ ସହ ସମସ୍ତ ନିୟମ ବାଧ୍ୟତାମୂଳକ କରାଯାଇଛି l ସେପଟେ ଆଗକୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲିବା ନେଇ ରାଜ୍ୟ ସରକାର ବିଚାର କରୁଥିବା ସୂଚନା ଦେଇଥିଲେ ମନ୍ତ୍ରୀ ସମୀର ରଞ୍ଜନ ଦାସ l ସେହିପରି ଆଜି ସନ୍ଧ୍ୟାରେ ଅପେପା ର ଷ୍ଟେଟ ଡାଇରେକ୍ଟର ଶ୍ରୀ ଅନୁପମ ସାହା ମଧ୍ୟ ସୁବର୍ଣ୍ଣପୁର ଗସ୍ତରେ ଅଚାନକ ପହଂଚି ସ୍ଥାନୀୟ ସର୍କିଟ
ହାଉସ ଠାରେ ଏଡିଏମ ସୂର୍ଯ୍ୟ ନାରାୟଣ ଦାଶ, ଜ଼ିଲ୍ଲା ଶିକ୍ଷାଅଧିକାରୀ ଲକ୍ଷ୍ମଣ ଭୋଇଙ୍କ ସମେତ ଜ଼ିଲ୍ଲା ଶିକ୍ଷା ବିଭାଗ ସମସ୍ତ ଅଧିକାରୀ କର୍ମଚାରୀଙ୍କ ସହିତ ଏକ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ l ଏବଂ ଆସନ୍ତା ୧୨ ତାରିଖ ରେ ହେବାକୁ ଥିବା ଏନ୍ ଏ ଏସ୍ ପରୀକ୍ଷାକୁ ସୁଚାରୁ ରୂପେ ପରିଚାଳନା କରିବାକୁ ପ୍ରଶାସନ ଓ ଶିକ୍ଷା ବିଭାଗ ସହିତ ବିଚାର ବିମର୍ଶ କରିଥିଲେ l