-+91-9937148622 |
prerana_bgr@rediffmail.com |
Wednesday 8th July 2026 |
R.N.I. Regd No. ODIODI/2010/46693
Breaking News
09-Nov-2021
ବଲାଙ୍ଗିର,(ପ୍ରେରଣା ଖବର) - ଗୁଡଭେଲା ବ୍ଲକ ଅନ୍ତର୍ଗତ ଘୁନା ଗ୍ରାମସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଜୁନିୟର ରେଡକ୍ରସ ତରଫରୁ ବଜ୍ରପାତ ପ୍ରତି ସାବଧାନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ତରଣୀ ଭୋଇଙ୍କର ସଭାପତିତ୍ୱ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଜୁନିୟର ରେଡକ୍ରସ କାଉନ୍ସେଲର ପ୍ରଭାକର ଛନ୍ଦ ଛାତ୍ରଛାତ୍ରୀମାନଙ୍କୁ ବଜ୍ରପାତ ବା ବିଜୁଳି ଠାରୁ କିପରି ରକ୍ଷା ପାଇବା ବୁଝାଇଥିଲେ । ବଜ୍ରପାତ ବା ବିଜୁଳି ମାରିବା ଯୋଗୁଁ ଅନେକ ଧନଜୀବନ ହାନୀ ହେଉଛି । ବିଜୁଳି ମାରିବା ସମୟରେ ଘର ଭିତରେ ଥିଲେ ଏବଂ ଘର ବାହାରେ ଥିଲେ, କଣ କରିବା ଓ କଣ ନ କରିବା ତଥା କେଉଁ ଉପାୟ ଅବଲମ୍ବନ କରି ଜୀବନହାନୀରୁ ରକ୍ଷା କରିପାରିବା ସେ ବିଷୟରେ ଲୋକମାନଙ୍କୁ ଅବଗତ କରିଥିଲେ । ଘଡଘଡି ଶବ୍ଦ ଶୁଣିଲେ ଖୋଲାସ୍ଥାନରୁ ଯଥାଶୀଘ୍ର ନିରାପତ୍ତା ଆଶ୍ରୟସ୍ଥଳୀକୁ ଚାଲି ଆସିବା, କୌଣସି ଗଛ ତଳେ ନ ରହିବା, ଜଳ, ଧାତୁ ଜିନିଷ ଓ ବିଦ୍ୟୁତ ପ୍ରବାହୀତ ବସ୍ତୁଠାରୁ ଠାରୁ ଦୂରେଇ ରହିବା, ଟେଲିଫୋନ ଓ ମୋବାଇଲ ଫୋନ ବ୍ୟବହାର ନ କରିବା, ଯଥାସାଧ୍ୟ କମ ଉଚ୍ଚତାରେ ରହିବା ବିଷୟରେ କହିବା ସହିତ ଡେମୋନୋଷ୍ଟ୍ରେସନ ମାଧ୍ୟମରେ ବଜ୍ରପାତରୁ ରକ୍ଷା ପାଇବାର ସିଟିଙ୍ଗ କୌଶଳ ବିଷୟରେ ଶିକ୍ଷାର୍ଥୀମାନଙ୍କୁ ଶିକ୍ଷା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଶିକ୍ଷକ ପ୍ରହଲ୍ଲାଦ ଦଣ୍ଡସେନ, କୁଶେପୃଷ୍ଟି ବାଘ, ପ୍ରେମାନନ୍ଦ ସାମଲ, ଶିକ୍ଷୟତ୍ରୀ ଲକି ପଧାନ, ପ୍ରମୁଖ ଉପସ୍ଥିତ ରହି ସହ ଯୋଗ କରିଥିଲେ ।