-+91-9937148622 |
prerana_bgr@rediffmail.com |
Wednesday 8th July 2026 |
R.N.I. Regd No. ODIODI/2010/46693
Breaking News
09-Nov-2021
ଢେଙ୍କାନାଳ (ତାପସ ଦାସ) : ଗତ ଶନିବାର ରାତିରେ ଢେଙ୍କାନାଳ ଜ଼ିଲ୍ଲା ଯୋରନ୍ଦା ମେଡିକାଲ ଛକରେ ଥିବା ସାହୁ ଭେରାଇଟି ଷ୍ଟୋର ରେ ଅଗ୍ନିକାଣ୍ଡ ଘଟି ଦୋକାନ ଟି ସମ୍ପୂର୍ଣ୍ଣ ରୂପେ ପୋଡି ଯାଇଥିବାବେଳେ ଉକ୍ତ ତେଜେରାତି ଦୋକାନରେ ଥିବା ତିରିଶି ଲକ୍ଷ ରୁ ଅଧିକ ଟଙ୍କା ର ଜିନିଷ ସହ ଦୋକାନରେ ଥିବା ନଗଦ ଚାରିଲକ୍ଷ ଏଗାର ହଜାର ଟଙ୍କା ପୋଡି ପାଉଁଶ ହୋଇ ଯାଇଥିଲା ଏଥିପାଇଁ ଦୋକାନର ମାଲିକ ନାରାୟଣ ସାହୁ ଏବଂ ତାଙ୍କ ପରିବାର ସଦସ୍ୟ ଯୋରନ୍ଦା ଫାଣ୍ଡିରେ ଲିଖିତ ଅଭିଯୋଗ କରିଥଲେ କିନ୍ତୁ ଏହାଭିତରେ 3 ଦିନ ବିତି ଯାଇଥିଲେ ମଧ୍ୟ୍ୟ ଯୋରନ୍ଦା ଫାଣ୍ଡି ପକ୍ଷରୁ ଅଭିଯୁକ୍ତ ଙ୍କ ବିରୋଧ ରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିନି ପୋଲିସ ସେଥିପାଇଁ ଆଜି ଯୋରନ୍ଦା ବଣିକ ସଙ୍ଘ ପକ୍ଷରୁ ଯୋରନ୍ଦା ଫାଣ୍ଡିରେ ଏକ ଲିଖିତ ଦାବି ପତ୍ର ପ୍ରଦାନ କରିଛନ୍ତି ଦୁଇରୁ ତିନିଦିନ ମଧ୍ୟରେ ଅଭିଯୁକ୍ତକୁ ଖୋଜି ବାହାର କରିବାସହ ଅଭିଯୁକ୍ତ ଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଯୋରନ୍ଦା ଫାଣ୍ଡି ଅଧିକାରୀ ପଙ୍କଜ ମାଝୀ ତାଙ୍କ ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି