-+91-9937148622 |
prerana_bgr@rediffmail.com |
Friday 10th July 2026 |
R.N.I. Regd No. ODIODI/2010/46693
Breaking News
09-Nov-2021
ପାଟଣାଗଡ଼ (ପୁର୍ଣ୍ଣ ଶଶୀ ଶେଖର ରାଓ ) ବଲାଙ୍ଗିର ଜିଲ୍ଲା ବେଲପଡା ପୋଲିସ ଦ୍ବାରା ଏକ ଚାଉଳ ବୋଝେଇ ଟ୍ରକ ଜବତ ହେବା ସହ ଡ୍ରାଇଭରକୁ ଥାନାରେ ଅଟକ ରଖିଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକ ଅନ୍ତର୍ଗତ ସଲଣ୍ଡି ପଞ୍ଚାୟତ ଅଧୀନସ୍ଥ ଉଡିଙ୍ଗ ଓ ଲଥାକେନ୍ଦ ମଝିରେ ଥିବା ଶ୍ୟାମ ଜୀ ମିଲ କୁ ରାତି ସମୟ ୨ଟାରେ ଏକ ଦଶଚକିଆ ଟ୍ରକ ନମ୍ବର OR 47 S 3202 ରାଉରକେଲା ରୁ ଆସୁଥିବା ବେଳେ ବେଲପଡା ଥାନା ଅଧିକାରୀ ବୁଳୁ ମୁଣ୍ଡା ଚଢ଼ାଉ କରି ଥାନାକୁ ଆଣିଥିଲେ ଓ ଡ୍ରାଇଭର ସୁରେଶ ଯାଦବ(୨୨) ପିତା.ହରିନ୍ଦ୍ର ଯାଦବକୁ ଥାନା ରେ ଅଟକ ରଖି ପଚରାଉଚରା କରୁଛନ୍ତି। ସେହି ଟ୍ରକ୍ ଭିତରେ ୫୦ କେଜି ଓଜନ ର ୫୦୦? ବସ୍ତା ଚାଉଳ ଥିବା ଜଣାପଡିଛି।