-+91-9937148622 |
prerana_bgr@rediffmail.com |
Friday 10th July 2026 |
R.N.I. Regd No. ODIODI/2010/46693
Breaking News
08-Nov-2021
ଢେଙ୍କାନାଳ:( ପ୍ରେରଣା ଖବର)
ଅଖିଳ ଭାରତୀୟ ଡାକ କର୍ମଚାରୀ ସଂଘ ଢେଙ୍କାନାଳ ମଣ୍ଡଳ ଶାଖା ପକ୍ଷରୁ ଏକ ଦୁଇଦିନିଆ ମିଳିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି। ଏହି ମିଳିତ କର୍ମଶାଳାରେ ତୃତୀୟ ଶ୍ରେଣୀ ଡାକ କର୍ମଚାରୀ ସଂଘର ସଭାପତି ଶ୍ରୀ ଚନ୍ଦ୍ର ଶେଖର ସିଂ, ସମ୍ପାଦକ ଶ୍ରୀ ଉପେନ୍ଦ୍ର ସାହୁ; ପୋଷ୍ଟମାନ- ଏମ.ଟି. ଏସ. ସଂଘର ସଭାପତି ଶ୍ରୀ ସନ୍ତୋଷ ଭୋଇ, ସମ୍ପାଦକ ଶ୍ରୀ ଅଭିଳାଷ ମହାପାତ୍ର ଏବଂ ଗ୍ରାମୀଣ ଡାକ କର୍ମଚାରୀ ସଂଘର କର୍ମକର୍ତ୍ତା ଙ୍କ ସମେତ ଅନ୍ୟ କାର୍ଯ୍ୟନିର୍ବାହୀ ସଂସ୍ଥାର ସଦସ୍ୟ ( Executive body member) ମାନେ ଉପସ୍ଥିତ ଥିଲେ।
ଏହି ସଭାରେ ସମସ୍ତ ବର୍ଗର ଡାକ କର୍ମଚାରୀଙ୍କ ସମସ୍ୟା ବିଷୟରେ ଆଲୋଚନା କରାଯାଇଥିଲା। କେନ୍ଦ୍ରସରକାରଙ୍କ ପାଖରେ ଯେଉଁ ସବୁ ବିଭିନ୍ନ ଦାବି ଯେପରି ନୂତନ ପେନସନ ଉଛେଦ ଆଉ ପୁରୁଣା ପେନସନ ଲାଗୁ କରିବା, ଗ୍ରାମୀଣ ଡାକ କର୍ମଚାରୀଙ୍କ ଦରମା ବୃଦ୍ଧି, ଘରୋଇକରଣ ନୀତିକୁ ବିରୋଧ କରିବା ସହିତ ଅନ୍ୟାନ୍ୟ ଦାବି କିପରି ପୂରଣ କରାଯିବ ସେ ଦିଗରେ ଚର୍ଚ୍ଚା ହୋଇଥିଲା। ଢେଙ୍କାନାଳ ଡାକ ମଣ୍ଡଳର ଡାକ କର୍ମଚାରୀ ମାନଙ୍କର ବିଭିନ୍ନ ସମସ୍ୟା ଆଉ ସମାଧାନର ଆଲୋଚନା ମଧ୍ୟ ହୋଇଥିଲା।
ଏହି ସଭାରେ ଶ୍ରୀ ଚନ୍ଦ୍ର ଶେଖର ସିଂ ସଭାପତିତ୍ୱ କରିଥିବା ବେଳେ , ତୃତୀୟ ଶ୍ରେଣୀ ଡାକ କର୍ମଚାରୀ ସଂଘର ସଂଗଠିତ ସଚିବ ଶ୍ରୀ ଦୀପ୍ତି ରଞ୍ଜନ ସାମନ୍ତ ସଭକାର୍ଯ୍ୟ ପରିଚାଳନା କରି ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।