-+91-9937148622 |
prerana_bgr@rediffmail.com |
Saturday 11th July 2026 |
R.N.I. Regd No. ODIODI/2010/46693
Breaking News
08-Nov-2021
ବିନିକା(ହିମାଂଶୁ ଶେଖର ପୁଟେଲ)ଚାଷ ଓ ଚାଷୀର ହିତ ପାଇଁ ଲଢେଇ କରିଥିବା ବିନିକା ବ୍ଲକ ପୂର୍ବତନ ଅଧ୍ୟକ୍ଷ ତଥା ବରିଷ୍ଠ ବିଜେଡ଼ି ନେତା ଓ ବିଶିଷ୍ଟ ଫୁଟବଲ ତାରକା ସ୍ବର୍ଗତ ପିତାମ୍ବର ପ୍ରଧାନଙ୍କୁ ମନେ ପକାଇବା ପାଇଁ ଆଜି ରବିବାର ଶଙ୍କର ୟଙ୍ଗ ଷ୍ଟାର ଏସୋସିଏସନ ତରଫରୁ ସ୍ଥାନୀୟ ବିର ସୁରେନ୍ଦ୍ର ସାଏ ଖେଳ ପଡିଆ ଠାରେ ଅନୁଷ୍ଠିତ ଏକ ଦିବସୀୟ ଫୁଟବଲ
ଟୁର୍ଣ୍ଣାମେଣ୍ଟରେ ବାଗଡ଼ିଆ କୁ ହରାଇ ମେଘେଳା ଚାମ୍ପିଅନ ହୋଇଛି l ଏଥିରେ ୮ ଟି ଦଳ ଭାଗ ନେଇଥିଲେ l ଖେଳ ଗୁଡ଼ିକୁ ନରସିଂହ ସେଠୀ, ପ୍ରମୁଖ ପରିଚାଳନା କରିଥିବା ବେଳେ ମ୍ୟାଚର ଧାରା ବିବରଣୀ ପ୍ରଦାନ କରିଥିଲେ l ସ୍ବର୍ଗତ ପିତାମ୍ବର ପ୍ରଧାନ ଙ୍କ ସୁପୁତ୍ର ତଥା ଯୁବ ଓକିଲ ଜୟ ପ୍ରକାଶ ପ୍ରଧାନ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ମୁଖ୍ୟ ଅତିଥି,ବିଜେଡ଼ି ନେତା ରଞ୍ଜିତ ରଥ, ସରପଞ୍ଚ ମାନସ ବେହେରା,ସଦାନନ୍ଦ ଥନାପତି,ନିରଞ୍ଜନ ଭୋଇ,ସୋମନାଥ ମିଶ୍ର,ଦିଲ୍ଲୀପ କର୍ଣ୍ଣ,ସରୋଜ ଦାସ,ଅରବିନ୍ଦ ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗଦେଇ ପୁରସ୍କାର ବଣ୍ଟନ କରିଥିଲେ