-+91-9937148622 |
prerana_bgr@rediffmail.com |
Sunday 12th July 2026 |
R.N.I. Regd No. ODIODI/2010/46693
Breaking News
08-Nov-2021
ପଦ୍ମପୁର(ନିରଞ୍ଜନ ତ୍ରିପାଠୀ) :- ବରଗଡ ଜିଲ୍ଲା ପାଇକମାଳ ବ୍ଳକ ଅନ୍ତର୍ଗତ ପଲସଦା ଗ୍ରାମରେ ବ୍ରାହ୍ମଣୀ ପଠାରୀ ଫୁଟବଲ ପ୍ରତିଯୋଗିତା ମହା ସମାରୋହରେ ପାଳିତ ହୋଇଯାଇଛି lଏହି ପ୍ରତିଯୋଗିତା ରେ ଆଠ ଗୋଟି ଦଳ ଅଂଶଗ୍ରହଣ କରିଥିଲେ lକାଇଁଶିର ଏବଂ ରାଜବୋଡାସମ୍ବର ଅନ୍ତର୍ଗତ ଦହିତା ଗ୍ରାମର ଫୁଟବଲ ଟିମ୍ ମଧ୍ୟରେ ଅନୁଷ୍ଠିତ ଫାଇନାଲ ମ୍ୟାଚ ରେ ହୋଇଥିବା ରୋଚକ ସଙ୍ଘର୍ଷ ଖେଳ ରେ ଶେଷରେ କାଇଁଶିର୍ ଟିମ୍ ବିଜେତା ଭାବେ ଘୋଷିତ ହୋଇଥିଲେ lସମୁଦାୟ ଆଠ ଟି ଦଳ କୁ ନେଇ ଦିନିକିଆ ପ୍ରତିଯୋଗିତା ଆରମ୍ଭ କରାଯାଇ ଶେଷ ରେ କାଇଁଶିର ଦଳ ତାଙ୍କ ପାରଦର୍ଶିତା ଦେଖାଇ ବିଜେତା ହୋଇଥିଲେ lଏମିତି ଭାବେ ଖେଳ ପ୍ରଦର୍ଶିତ କରିଥିଲେ ଯେ, ଦର୍ଶନ ଙ୍କ ମନ ମୋହିତ ହୋଇଯାଇଥିଲା lଖେଳ ପରିଚାଳନା କରିଥିଲେ ସୁନାମଧନ୍ୟ ଓଡ଼ିଶା ରେଫରୀ କ୍ଷିରସିନ୍ଧୁ ବେହେରା, ଅଶ୍ୱିନୀ ବେରିଆ, ଦେବେନ୍ଦ୍ର ଥନାପତି, ସୁଜିତ ରାଜହଂସ ସୁଚାରୁରୂପେ ଖେଳ ପରିଚାଳନା
କରିଥିବାବେଳେ, ସର୍ବଶ୍ରୀ:-ପ୍ରଶାନ୍ତ ବାରିକ, ଭୀଷ୍ମଦେବ ବାରିକ,ପଙ୍କଜ ବାରିକ ମୂଳରୁ ଧାରାବିବରଣୀ ପାଠ କରିଥିଲେ lଖେଳ ର ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ଡୋଲେଶ୍ୱର ନାଗ, ସମ୍ମାନିତ ଅତିଥି ଭାବେ ଶ୍ରୀମତୀ ଅଞ୍ଜନା ବାଘ,ସଚିତାନନ୍ଦ ନାଗ ଯୋଗଦେଇ ଉଭୟ ଦଳଙ୍କୁ ଟ୍ରଫି ପ୍ରଦାନ କରିଥିଲେ l ସର୍ବଶ୍ରୀ:-ଆଶିଷ ପଟେଲ, ହେମନ୍ତ ପଟେଲ,ସମାରୁ ପଟେଲ,ଲଳିତ ପଟେଲ, ନିରଞ୍ଜନ ସାହୁ, ଅକ୍ଷୟ ପଟେଲ,ଦିବ୍ୟକିଶୋର ନାୟକ ପ୍ରମୁଖ ଏହି ଏକ ଦିବସୀୟ ଫୁଟବଲ ପ୍ରତିଯୋଗିତା ରେ ସମସ୍ତ ପ୍ରକାର ର ସହଯୋଗ କରିଥିଲେ lଶେଷରେ ଧନ୍ ମୀନକେତନ ବରିହା ଧନ୍ୟବାଦ ଅର୍ପଣ କରିଥିଲେ l