-+91-9937148622 |
prerana_bgr@rediffmail.com |
Monday 13th July 2026 |
R.N.I. Regd No. ODIODI/2010/46693
Breaking News
07-Nov-2021
ଢେଙ୍କାନାଳ,(ପ୍ରେରଣା ଖବର) ଦାଣ୍ଡିମଳ ସ୍ୱାଭିମାନ ସଂଗଠନ ତରଫରୁ ଦାଣ୍ଡିମାଳ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ସ୍ଵଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ସଂଗଠନର ସଭାପତି ଶ୍ରୀ ଶେଖର ଚନ୍ଦ୍ର ସେଠୀଙ୍କ ଅଧକ୍ଷତାରେ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା । ସ୍କୁଲ ର ପରିବେଶ କିଭଳି ଭାବେ ସରସ ସୁନ୍ଦର ହୋଇପାରିବ ସେ ସମ୍ବନ୍ଧରେ ଦୃଷ୍ଟି ନିକ୍ଷେପ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା ସଭ୍ୟମାନେ ହେଲେ କ୍ଷୀରୋଦ କୁମାର ମିଶ୍ର, ସନ୍ତୋଷ କୁମାର ପରିଡା, ବିମଳ କୁମାର ମିଶ୍ର, ରଞ୍ଜନ କୁମାର ଖଟୁଆ, ବସନ୍ତ କୁମାର ରାଉତ, କାଳିଆ ନାୟକ, ମାନସ ସାହୁ,ପୁରସ୍ତମ ରାଉତ ଏବଂ ଅନ୍ୟମାନେ ।