-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
07-Nov-2021
ବୀରମହାରାଜପୁର,ମୁର୍ଷୁଣ୍ଢି(ଆର୍ତ୍ତତ୍ରାଣ ଖୁର୍ଡିଆ): ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଳକ ପିତାମହୁଲ ରାମେଶ୍ୱର ସପ୍ନେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଆଜି ନିଖିଳ ଉତ୍କଳ କ୍ଷତ୍ରୀୟ ବଡସୁଦ ସମାଜ,ପୁଲେଶ୍ୱର କେନ୍ଦ୍ରର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ଯକ୍ରମରେ ଜିଲ୍ଲା ବୋର୍ଡ କୋଷାଧ୍ଯକ୍ଷ ଶିବ ଦେହେରୀ,କମ୍ପରା କେନ୍ଦ୍ର ସମ୍ପାଦକ ଉତ୍ତମ ବେହେରା,ପୁଲେଶ୍ୱର କେନ୍ଦ୍ର ସଭାପତି ବଳରାମ ବେହେରା,ସମ୍ପାଦକ ଭୀମସେନ ଦନାୟକ,ଉପଦେଷ୍ଟା ନିରଞ୍ଜନ ଦନାୟକ,ବିଭୂତି ଭୁକ୍ତା,ପଞ୍ଜନା କେନ୍ଦ୍ର ସମ୍ପାଦକ ସୁରେନ୍ଦ୍ର ଦେହୁରୀଙ୍କ ସହ ବଡସୁଦ ସମାଜର ଅନ୍ୟାନ୍ୟ ବହୁ ଜାତି,ଭାଇ ଓ ଭଉଣୀମାନେ ଉପସ୍ଥିତ ରହି ବାର୍ଷିକ ଆୟବ୍ଯୟ,ସମାଜ ଶୃଙ୍ଖଳା,ଶିକ୍ଷାର ବିକାଶ,ସମାଜରୁ ଅନ୍ଧବିଶ୍ୱାସ ଦୂରୀକରଣ ଇତ୍ୟାଦି ବିଷୟରେ ଆଲୋଚନା କରିଥିଲେ।କାର୍ଯ୍ଯକ୍ରମକୁ ଆଧ୍ଯାତ୍ମିକମୟ କରିବା ପାଇଁ ବିଶ୍ୱାମିତ୍ର ଦନାୟକଙ୍କ ଦ୍ୱାରା ରାମାୟଣ ପଠନ ମଧ୍ଯ ହୋଇଥିଲା।