-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
07-Nov-2021
ପଦ୍ମପୁର(ନିରଞ୍ଜନ ତ୍ରିପାଠୀ) : ବୀର ବଜରଙ୍ଗ ଆଞ୍ଚଳିକ କଳାକାର ସଂଘ ପକ୍ଷରୁ ରାଜବୋଡାସମ୍ବର ପଦ୍ମପୁର ଅଧିନସ୍ଥ ଦହିଗାଁ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଆଞ୍ଚଳିକ କଳାକାର ସଂଘ ର ସ୍ଥାୟୀ ସଭାପତି ଶ୍ରୀମାନ ତୁଲାରାମ ପାଣ୍ଡେ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ଦହିଗାଁ ଠାରେ କଳାକାର ମାନଙ୍କୁ ନେଇ ସଂଘ ର ସ୍ଥାୟୀ ସମ୍ପାଦକ ଶ୍ରୀଯୁକ୍ତ ନିରଞ୍ଜନ ସାହୁ ଏବଂ ସ୍ଥାୟୀ କୋଷାଧ୍ୟକ୍ଷ ଭାବେ ଶ୍ରୀଯୁକ୍ତ ଚନ୍ଦ୍ରମଣି ପଟେଲ ଅଂଶ ଗ୍ରହଣ କରିଥିଲେ lସଭାରେ ନିମନ୍ତ୍ରିତ ଅତିଥି ଭାବେ ଲୋକକଳା ସଂସ୍କୃତି ର ଗବେଷକ ଶ୍ରୀମାନ ସୁରେନ୍ଦ୍ର ସାହୁ, ଶ୍ରୀମାନ ରମେଶ ଗୁର୍ଲା ଲୋକ କଳା ସଂସ୍କୃତି ଗବେଷକ ଶ୍ରୀମାନ ରମେଶ ଗୁର୍ଲା ଏବଂ ବ୍ଳକ କଳାକାର ସଂଘ ର ଉପସଭାପତି ଶ୍ରୀଯୁକ୍ତ ଅଶ୍ୱିନୀ କୁମାର ପଟେଲ ସଭାରେ ଉପସ୍ଥିତ ରହି ଲୋକ କଳା ର ଉନ୍ନତି ପାଇଁ ବିଭିନ୍ନ ଆଲୋଚନା କରାଯିବା ସହିତ ଦହିଗାଁ ଠାରେ ଚଳିତ ବର୍ଷ ଜିଲ୍ଲାସ୍ତରୀୟ ଲୋକ କଳା ମହୋତ୍ସବ ଆୟୋଜନ କରାଯିବାକୁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି lଏ ପରିପ୍ରେକ୍ଷୀରେ ଅଞ୍ଚଳ ର ବରିଷ୍ଠ କଳାକାର ଶ୍ରୀଯୁକ୍ତ ନିରାକାର ଭୋଇ(ଉପଦେଷ୍ଟା), ଶାନ୍ତି ପଟେଲ, ଲୋକନାଥ ପାତ୍ର,ମଣି ପ୍ରଧାନ, ନିମାଇଁ ସାହୁ, ସୀତାରାମ ବରିହା, ଲମ୍ବୋଦର ସାହୁ, ଚନ୍ଦ୍ରହାସ୍ୟ ସାହୁ,ଶାନ୍ତାନୁ ସାହୁ, ଅନନ୍ତ ବାରିକ, ଭୀମସେନ ଭୋଇ, ଭଗବାନ ବରିହା,କ୍ଷୀରୋଦ୍ର ପଟେଲଏବଂ ଶବର ବରିହା ଆଲୋଚନା ରେ ଅଂଶ କରିଥିଲେ l