-+91-9937148622 |
prerana_bgr@rediffmail.com |
Tuesday 14th July 2026 |
R.N.I. Regd No. ODIODI/2010/46693
Breaking News
06-Nov-2021
ଢେଙ୍କାନାଳ (ପ୍ରେରଣା ଖବର) ଢେଙ୍କାନାଳ ସହରର ଉପକଣ୍ଠରେ ଅବସ୍ଥିତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ । ଏହି କାର୍ଯ୍ୟାଳୟକୁ ବିଭିନ୍ନ କାର୍ଯ୍ୟ ପାଇଁ ପ୍ରତିଦିନ ଶହ ଶହ ଜନସାଧାରଣ ଆସିଥାନ୍ତି । କିନ୍ତୁ ଦୁଃଖ ଓ ପରିତାପର ବିଷୟ ଏହିକି ଯେ ଉକ୍ତ କାର୍ଯ୍ୟାଳୟ ମଧ୍ୟରେ ଜନସାଧାରଣଙ୍କ ବ୍ୟବହାର ପାଇଁ ଥିବା ଶୌଚଳୟଟି ବହୁଦିନ ହେଲା ପରିତ୍ୟକ୍ତ ଅବସ୍ଥାରେ ପଡ଼ିଅଛି । ସାଧାରଣ ଜନତା ଟିଏ ହଠାତ ଏହାକୁ ବ୍ୟବହାର କରିବାକୁ ଚଂହୁଥିଲେ ମଧ୍ୟ ଏହା
ଭିତରର ଅପରିଷ୍କାର ଅପରିଛନତା , ପାଣି ପାଇପ ର ସଂଯୋଗ ନଥିବାରୁ ଏହା ସମ୍ପୂର୍ଣ ଭାବେ ପରିତ୍ୟକ୍ତ ହୋଇପଡିଛି l ଏଥି ପାଇଁ ସାଧାରଣ ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଯେଉଁ ସମସ୍ୟାକୁ ନେଇ ଆଜି ସମାଜସେବୀ ତଥା ଆର୍ ଟି ଆଇ କର୍ଯ୍ୟକର୍ତା ରାମଚନ୍ଦ୍ର ଦେବତ୍ତା ଉପଜିଲ୍ଲାପାଳଙ୍କୁ ଦରଖାସ୍ତ ଲେଖିବା ସହ ଏହାର ସମାଧାନ ପାଇଁ ନିବେଦନ କରିଥିଲେ ।