-+91-9937148622 |
prerana_bgr@rediffmail.com |
Tuesday 14th July 2026 |
R.N.I. Regd No. ODIODI/2010/46693
Breaking News
06-Nov-2021
ଢେଙ୍କାନାଳ (ପ୍ରେରଣା ଖବର) ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି ଙ୍କ ଢେଙ୍କାନାଳ ଗ୍ରସ୍ତକୁ ସୂଚନା ଅଧିକାର କର୍ମୀଙ୍କ ଦ୍ୱାରା କଳା ପତାକା ଦେଖାଇ ପ୍ରତିବାଦ କରାଯାଇଥିଲା । ଓଡିଶା ରାଜସ୍ୱ
ମନ୍ତ୍ରୀ ଆଜି ଢେଙ୍କାନାଳ ଗ୍ରସ୍ଥ କରିଥିବା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସୂଚନା ଅଧିକାର କର୍ମୀ ଶ୍ୟାମସୁନ୍ଦର ସାହୁ, ଉତ୍ତମ ମହାନ୍ତି, ପ୍ରିୟବ୍ରତ ଗଡନାୟକ ଓ ବିକାଶ ନାୟକଙ୍କ ଦ୍ୱାରା କଳା ପତାକା ଦେଖାଇ ପ୍ରତିବାଦ କରିବା ସହ ମମିତା ହତ୍ୟାକାଣ୍ଡ ରେ ଜଡ଼ିତ ମନ୍ତ୍ରୀଙ୍କୁ ଗିରଫ କରିବାକୁ ନାରା ଦେଇଥିଲେ । ଢେଙ୍କାନାଳ ପୋଲିସ ତରଫରୁ ସେମାନଙ୍କୁ ଉଠାଇ ନେବା ସହ ଥାନାରେ ଅଟକ ରଖାଯାଇଛି ।