-+91-9937148622 |
prerana_bgr@rediffmail.com |
Thursday 16th July 2026 |
R.N.I. Regd No. ODIODI/2010/46693
Breaking News
06-Nov-2021
ପଦ୍ମପୁର:-ବରଗଡ଼ ଜିଲ୍ଲା ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ର ନିର୍ବାହୀ ଅଧିକାରୀ ଙ୍କୁ ଯେତେ ଅଭିଯୋଗ କଲେ କ'ଣ ହେବ,ସେ କାହାକଥା କୁ ଗୁରୁତ୍ୱ ଦେଉନାହାନ୍ତି lବିଜୁ ଏକ୍ସପ୍ରେସ ୱେ ରେ ଯେତେବେଳେ ଯେଉଁ ସମୟ ରେ ଦେଖିବେ ପଲପଲ ଗୋରୁ ରାସ୍ତା କଡ଼ରେ ଏମିତି କି ରାସ୍ତା ମଝିରେ ମଧ୍ୟ ଶୋଇରହୁଥିବା କାରଣ ରୁ ବାଟୋଇ ବହୁ ହଇରାଣ ହରକତ
ହେବା ସଙ୍ଗେ ସଙ୍ଗେ ଅନେକ ଦୁର୍ଘଟଣା ମଧ୍ୟ ଘଟିଚାଲିଛି lଏ ସମ୍ପର୍କରେ ବିଭିନ୍ନ ସମୟରେ ନିର୍ବାହୀ ଅଧିକାରୀ ଙ୍କୁ ବିଭିନ୍ନ ରାଜନୈତିକ ଦଳ ର ପ୍ରମୁଖ ନେତା ମାନେ ଆପତ୍ତି କଲେ କ'ଣ ହେବ ଅଭିଯୋଗ କାରି ଙ୍କୁ କି ବିଦ୍ୟା ଜାଣିଛନ୍ତି କେ ଜାଣି ତୁରନ୍ତ ବଶିଭୁତ କରି ଖୁବ୍ ଶିଘ୍ର ଏ ନେଇ ପଦକ୍ଷେପ ନେବି ଆପଣମାନେ ବ୍ୟସ୍ତ ହୁଅନ୍ତୁ ନାହିଁ ବୋଲି କହି ଆଉଁସି ଦେଉଛନ୍ତି lସହର ରେ ପାନୀୟ ସମସ୍ୟା ବହୁ ବର୍ଷ ରୁ ଲାଗି ରହିଛି lଏ ପରିପ୍ରେକ୍ଷୀରେ ଏହାକୁ କେନ୍ଦ୍ର କରି ସହରରେ ପାଣି ପାଇପ ଫାଟିବା ଓ ରାସ୍ତା ରେ ଗାଈ ଗୋରୁ ସମସ୍ୟା କୁ ନେଇ ଉପଜିଲ୍ଲାପାଳ ପଦ୍ମପୁର ଙ୍କୁ ଅଞ୍ଚଳ ର ସମାଜସେବୀ ଶ୍ରୀମାନ ଆଶିଷ ନାଥ ଲିଖିତ ଭାବେ ଉପଜିଲ୍ଲାପାଳ ଙ୍କୁ ଜଣେଇଛନ୍ତି lପଦ୍ମପୁର ଭେଉଁରିଆ ଛକ ଠାରୁ ଏସ୍.ଡି.ସି.ସି ବ୍ୟାଙ୍କ ପର୍ଯ୍ୟନ୍ତ ରାସ୍ତା ଉପରେ ପାଣି ଜମି ରହିଛି l ସେଇ ପାଣିକୁ ଗାଈଗୋରୁ, ଘୁଷୁରୀ ଆଦି ଏପରି କି ଅନ୍ୟାନ୍ୟ ଜୀବଜନ୍ତୁ ଅପରିଷ୍କାର କରିବାରେ ଲାଗିଛନ୍ତି lଲୋକେ କିନ୍ତୁ ବିଶ୍ୱାସର
ସହ ଅବାଧ ରେ ବ୍ୟବହାର କରିବାରେ ଲାଗିଛନ୍ତି l ଏ ସବୁ ପରିସ୍ଥିତି କାହିଁକି ଉପୁଜୁଛି ଜାଣିବାକୁ ଅନୁସନ୍ଧାନ କରିବାରୁ ଦୁଇ ଭାଇଙ୍କ ମଧ୍ୟରେ କଳି ଭଳି ଏଠାକାର ପୂର୍ତ୍ତବିଭାଗ ଏବଂ ପି.ଏଚ.ଡି ବିଭାଗ ମଧ୍ୟରେ କାଦୁଅ ଫିଙ୍ଗା ଫୁଙ୍ଗି କାରଣ ରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି l ତୁରନ୍ତ ଏହାର ସମାଧାନ ହେବା ନିମନ୍ତେ ଶ୍ରୀ ନାଥ ଲିଖିତ ଭାବେ ସ୍ଥାନୀୟ ଉପଜିଲ୍ଲାପାଳ ଙ୍କୁ ଲେଖି ଜଣାଇଛନ୍ତି l