-+91-9937148622 |

prerana_bgr@rediffmail.com |

  Sunday 27th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସାହାଣୀ କପ୍ ଫୁଟବଲ୍ ପଞ୍ଚମ ଦିନର ପ୍ରଥମ ମ୍ୟାଚ୍ ରେ କଟକଦଳ ର ବିପୁଳ ବିଜୟ ଓ ଦ୍ୱିତୀୟ ମ୍ୟାଚ୍ ଗଞ୍ଜାମ ନୟାଗଡ଼ ଡ୍ ହେଲା   (27-Sep-2026)       ||      *"ଶହୀଦ୍ ମାଧୋ ସିଂ ସମ୍ମାନ୍" ରେ ସମ୍ମାନୀତ ହେଲେ ଡଃ. ନୃପରାଜ ସାହୁ*   (27-Sep-2026)       ||      *ମୈଦଲପୁର ରେ ମହିମା ସମାଜ ର ନୂଆଖାଇ ଭେଟଘାଟ ଅନୁଷ୍ଠିତ*   (27-Sep-2026)       ||      ସରକାରଙ୍କ ଅଜବ ନିୟମ,ତିନି ମାସ ୩୫୦୦ ଟଙ୍କା ଲେଖାଏଁ ଭତ୍ତା ପାଇ ପୁଣି ପାଇଲେ ୧୦୦୦ ଟଙ୍କା   (27-Sep-2026)       ||      କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ତରଫରୁ ନୂଆଁଖାଇ ଭେଟଘାଟ ଯୁବ ସଂଗଠନ ସୁଦୃଢ଼ କରିବା ସହ ସାମାଜିକ ଏକତା ଉପରେ ଗୁରୁତ୍ୱ   (27-Sep-2026)       ||      ସେବା ସଂକଳ୍ପ ଅଭିଯାନ–୨୦୨୬ ଓ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ସୁନ୍ଦରଗଡ଼ରେ ‘ଓଡ଼ିଶା ପ୍ରୋମୋ ରନ୍’   (27-Sep-2026)       ||      ପର୍ଯ୍ୟଟନ ସ୍ଥଳୀ ଚାନ୍ଦଲି ପାହାଡ଼ ପରିସରରେ ‘ବିଶ୍ୱ ପର୍ଯ୍ୟଟନ ଦିବସ’ ପାଳିତ    (27-Sep-2026)       ||      ବାଗବାଡ଼ି ଗ୍ରାମରେ ଅନନ୍ତ ଶୟନ ବିଷ୍ଣୁଙ୍କ ପୂଜା ମହୋତ୍ସବ   (27-Sep-2026)       ||      ପି.ପି ଏକାଡେମି ୮୯ ମେଟ୍ରିକ ବ୍ୟାଚ୍ ତରଫରୁ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ   (27-Sep-2026)       ||      ଯୋଗାଣ ସହାୟକ ଙ୍କ ଦାବି ପୁରଣ କରନ୍ତୁ ସରକାର - ନରସିଂହ   (27-Sep-2026)       ||      ଦୀପକ ଦାସ ମୃତ୍ୟୁ ଘଟଣାରେ ଜଡିତ ଅପରାଧୀଙ୍କୁ ଗିରଫ କେବେ ? : କଂଗ୍ରେସ   (27-Sep-2026)       ||      ମହାସମାରୋହରେ ହିନ୍ଦୀ ଦିବସ ପାଳିତ ‘ହିନ୍ଦୀ ହେଉ ହୃଦୟର ଭାଷା’: ମୁଖ୍ୟ ଅତିଥି   (27-Sep-2026)       ||      *ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   (26-Sep-2026)       ||      ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   (26-Sep-2026)       ||      ୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   (26-Sep-2026)       ||      ନମାମି ଭାରତମ୍ କାର୍ଯ୍ୟକ୍ରମ    (26-Sep-2026)       ||      ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   (26-Sep-2026)       ||      ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   (26-Sep-2026)       ||      କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ    (26-Sep-2026)       ||      ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   (26-Sep-2026)       ||     

HOME   ଜିଲ୍ଲା

ଚାରିଦିନ ଧରି ଦୁଇ ସନ୍ତାନ କୁ ଦିଆଯାଉଥିଲା ନିର୍ଯ୍ୟାତନା, ଗିରଫ ହୋଇନି ଅଭିଯୁକ୍ତ

03-Nov-2021



ଟିଟିଲାଗଡ଼, ରାଜ୍ୟରେ ବର୍ତ୍ତମାନ ଟିଟିଲାଗଡ଼ ଥାନା ରୁ ମମିତା ମାମଲାରେ ଅଭିଯୁକ୍ତ ଫେରାର ହୋଇ ଜିବା ଘଟଣା ର ନିଆଁ ଲାଗି ଥିବା ବେଳେ ଆଉ ଜଣେ ନାବାଳିକାକୁ ବିକ୍ରି ମାମଲାରେ  ପୋଲିସ ଏପରି ସମ୍ବେଦନଶୀଳ ଘଟଣାରେ ନିରବ ରହିବା ଘଟନା ସମସ୍ତଙ୍କୁ ଚକିତ କରି ଦେଇଛି l ଟିଟିଲାଗଡ଼ ଉପଜିଲ୍ଲାପାଳ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ସହ ସବିଶେଷ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି l ସୁଚନା ଅନୁଯାୟୀ ,ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଥାନା ଅନ୍ତର୍ଗତ ବାନ୍ଧୁପଲାର ପ୍ରମିଳା ଶେଖ(ବ-୩୪) ନାମ୍ନୀ ଜଣେ ବିଧବା ମହିଳାଙ୍କୁ ଦେବଗଡ଼ ଜିଲ୍ଲାର ଜଗଦୀଶ ମୁଣ୍ଡା ନାମକ ଜଣେ ଯୁବକ ଆସି ତାଙ୍କ ୯ ବର୍ଷୀୟା ଝିଅ ମମତା ଶେଖ କୁ ୭୦ ହଜାର ଟଙ୍କା ଦେଇ ସାଙ୍ଗରେ ନେଇ ଯିବ ଓ ତାକୁ ଛାଡି ପୁନଃ ଫେରିଆସି  କୋର୍ଟ ରେ ବିବାହ କରିବା ପ୍ରତିଶ୍ରୁତି ଦେଇଥିଲେ । ଏ ନେଇ କୋର୍ଟରେ ବିବାହ କରିବା  ପରେ ସେ ଦୁହେଁ ମିଶି ଯିବେ ବୋଲି ପ୍ରମିଳା କହିଥିଲେ । ହେଲେ ଜଗଦୀଶ ମୁଣ୍ଡା ବୋଲି ପରିଚୟ ଦେଉଥିବା ସେ ଯୁବକ ରାଜି ନ ହୋଇ ପ୍ରମିଳାଙ୍କୁ ମାଡ଼ ମାରି ଗୁରୁତର ଆହତ କରିଦେଇଥିଲା । ଏପରିକି ଗତ ତିନି ବର୍ଷ ତଳେ ତାଙ୍କ ସ୍ୱାମୀ √ ଜେରୂଲ ଶେଖ ଙ୍କ ମୃତ୍ୟୁ ପରେ ୯ ବର୍ଷୀୟ ଝିଅ ମମତା ଓ ଚାରି ବର୍ଷ ର ପୁଅ କୁ ନିଜେ ମଜୁରୀ କରି ପାଳି ଆସୁଥିଲେ । ଏପରିକି ପ୍ରମିଳା ଜଣେ ମୁସଲମାନ ବ୍ୟକ୍ତିଙ୍କୁ ବିବାହ କରିଥିବାରୁ ତାଙ୍କୁ ପରିବାର ଲୋକେ ଅଲଗା କରି ଦେଇଥିଲେ । ସେ ଅନ୍ୟତ୍ର ରହୁଥିବା ଓ ଗରିବ ଶ୍ରେଣୀର ହୋଇଥିବା ସୁଯୋଗ ନେଇ ଜଣେ ମହିଳା ସହ ଉକ୍ତ ଯୁବକ ଆସି ପ୍ରମିଳାଙ୍କ ଘରେ ବିବାହ ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ସ୍ଥାପନ କରିଆସୁଥିଲା । ପ୍ରମିଳା ଙ୍କ ରହୁଥିବା ଘରେ ଥିବା ଏକ କୋଠରୀରେ କିଛି ଦିନ ଆଶ୍ରୟ ନେଇ ପରେ ଘରଭଡା  ମିଳିଲେ ଅନ୍ୟତ୍ର ଚାଲିଯିବା କହି ଦୀର୍ଘ ତିନି ମାସ ଧରି ରହିଆସୁଥିଲା । ହେଲେ ଉକ୍ତ ଝିଅକୁ ୧୩ ତାରିଖରେ ନେଇ ତାଙ୍କ ଗାଁ କୁ ଯିବ ଓ ୭୦ ହଜାର ଟଙ୍କା ଦେବ ବୋଲି କହିଥିଲା l ପରେ ଫେରି ବିବାହ କରିବା ନେଇ ପ୍ରମିଳା ରାଜି ନ ହେବାରୁ ତାଙ୍କୁ ମାଡ଼ ମାରି ଗୁରୁତର ଆହତ କରି ଦେଇଥିଲା । ଘରେ ପ୍ରମିଳାଙ୍କ ଦୁଇ ସନ୍ତାନଙ୍କୁ ତାଲା ଦେଇ ରଖି ଘରୁ କିଛି ଦୂରରେ ଗୁରୁତର ଭାବେ ରାସ୍ତାରେ ପକେଇ ଫେରିଯାଇଥିଲା । କିଛି ବ୍ୟକ୍ତି ଗୁରୁତର ଅବସ୍ଥାରେ ଦେଖି ଆମ୍ବୁଲାନ୍ସ ରେ ଟିଟିଲାଗଡ଼ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରେଇଥିଲେ । ସରକାରୀ ଚିକିତ୍ସାଳୟରେ ବେଡ଼ ନଂ-୧୧ ରେ ଗତ ୨୯ ତାରିଖରୁ ଭର୍ତ୍ତି ରହିଥିବା ବେଳେ ସେ ପୋଲିସ ର ଜରୁରୀକାଳୀନ ନମ୍ବର ରେ ବାରମ୍ବାର ଫୋନ କରି ତାଙ୍କ ଦୁଇ ସନ୍ତାନ ଙ୍କୁ ଉଦ୍ଧାର ପାଇଁ ନେହୁରା ହେବା ସତ୍ୱେ ପୋଲିସ ନିରବ ରହିଥିବା ନେଇ ଟିଟିଲାଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କ ସରକାରୀ ମୋବାଇଲରେ ମଧ୍ୟ ବାରମ୍ବାର ଗୁହାରୀ କରି ଥିବା ସତ୍ୱେ କିଛି ପଦକ୍ଷେପ ନ ନେବା ଅଭିଯୋଗ କରିଛନ୍ତି । ସେହିପରି ଫୋନ ରେ ଉକ୍ତ ଦୁଇ ସନ୍ତାନଙ୍କୁ ଅଭିଯୁକ୍ତ ଜଗଦୀଶ  ଫୋନରେ ପୋଲିସ  କିମ୍ବା ଡାକ୍ତରଙ୍କୁ କିଛି କହେ ତେବେ ମାରିଦେଵ ବୋଲି ଧମକ ଦେଇଥିବା ଅଭିଯୋଗ କରିଛନ୍ତି । ଏପରିକି ଗତ ୧ ତାରିଖ ରେ ଉକ୍ତ ୯ ବର୍ଷୀୟା ଝିଅ କୁ ମାଡ଼ ମାରି ଗୁରୁତର ଆହତ କରିଦେଇଥିବା ବେଳେ ସେ ଚିକିତ୍ସାଧୀନ ଅବସ୍ଥାରେ ରହିଛି । ସବୁ ଆଡୁ ନିରାଶ ହୋଇ ପୀଡିତା ଗତ ୧ ତାରିଖରେ ଟିଟିଲାଗଡ଼ ଉପଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କୁ ଏ ନେଇ ଲିଖିତ ଅଭିଯୋଗ କରିଥିଲେ l ପୋଲିସ ର ଏପରି ସମ୍ବେଦନଶୀଳ ଘଟଣା ସହ ଦୁଇ ଛୋଟ ସନ୍ତାନ ଅଟକ ରଖିଥିବା ଜାଣି   ତୁରନ୍ତ ଅଭିଯୁକ୍ତ କୁ ଗିରଫ ସହ ତଦନ୍ତ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି  । ବର୍ତ୍ତମାନ ଆହତ ଝିଅ ଓ ମାଆ ଚିକିତ୍ସାଧିନ ଅବସ୍ଥାରେ ଥିବା ବେଳେ ଏ ନେଇ ଟିଟିଲାଗଡ଼ ଥାନା ଅଧିକାରୀ ରଞ୍ଜନ ବରିହା ତଥା ମହିଳା ଓ ଶିଶୁ ଡେସ୍କ ଅଧିକାରୀ ଘଟଣାର ତଦନ୍ତ ନିଜେ କରୁଥିବା ଜଣାଯାଇଛି । ସେହିପରି ଖବର ପାଇ ସୁଦ୍ଧା ଦାଇତ୍ୱ ରେ ଥିବା ଜଣେ ଏ ଏସ ଆଇ ଓ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଉକ୍ତ ଦୁଇ ଶିଶୁ ଙ୍କୁ  ଅଟକ ରଖିଥିବା ଜାଣି ସୁଦ୍ଧା ପଦକ୍ଷେପ  ନେଇ ନାହାନ୍ତି l ତେଣୁ ଏ ସଂକ୍ରାନ୍ତରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହେଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସାହାଣୀ କପ୍ ଫୁଟବଲ୍ ପଞ୍ଚମ ଦିନର ପ୍ରଥମ ମ୍ୟାଚ୍ ରେ କଟକଦଳ ର ବିପୁଳ ବିଜୟ ଓ ଦ୍ୱିତୀୟ ମ୍ୟାଚ୍ ଗଞ୍ଜାମ ନୟାଗଡ଼ ଡ୍ ହେଲା   27-Sep-2026
  ଜିଲ୍ଲା  
*"ଶହୀଦ୍ ମାଧୋ ସିଂ ସମ୍ମାନ୍" ରେ ସମ୍ମାନୀତ ହେଲେ ଡଃ. ନୃପରାଜ ସାହୁ*   27-Sep-2026
  ଜିଲ୍ଲା  
*ମୈଦଲପୁର ରେ ମହିମା ସମାଜ ର ନୂଆଖାଇ ଭେଟଘାଟ ଅନୁଷ୍ଠିତ*   27-Sep-2026
  ଜିଲ୍ଲା  
ସରକାରଙ୍କ ଅଜବ ନିୟମ,ତିନି ମାସ ୩୫୦୦ ଟଙ୍କା ଲେଖାଏଁ ଭତ୍ତା ପାଇ ପୁଣି ପାଇଲେ ୧୦୦୦ ଟଙ୍କା   27-Sep-2026
  ଜିଲ୍ଲା  
କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ତରଫରୁ ନୂଆଁଖାଇ ଭେଟଘାଟ ଯୁବ ସଂଗଠନ ସୁଦୃଢ଼ କରିବା ସହ ସାମାଜିକ ଏକତା ଉପରେ ଗୁରୁତ୍ୱ   27-Sep-2026
  ରାଜ୍ୟ  
ସେବା ସଂକଳ୍ପ ଅଭିଯାନ–୨୦୨୬ ଓ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ସୁନ୍ଦରଗଡ଼ରେ ‘ଓଡ଼ିଶା ପ୍ରୋମୋ ରନ୍’   27-Sep-2026
  ରାଜ୍ୟ  
ପର୍ଯ୍ୟଟନ ସ୍ଥଳୀ ଚାନ୍ଦଲି ପାହାଡ଼ ପରିସରରେ ‘ବିଶ୍ୱ ପର୍ଯ୍ୟଟନ ଦିବସ’ ପାଳିତ   27-Sep-2026
  ଜିଲ୍ଲା  
ବାଗବାଡ଼ି ଗ୍ରାମରେ ଅନନ୍ତ ଶୟନ ବିଷ୍ଣୁଙ୍କ ପୂଜା ମହୋତ୍ସବ   27-Sep-2026
  ଜିଲ୍ଲା  
ପି.ପି ଏକାଡେମି ୮୯ ମେଟ୍ରିକ ବ୍ୟାଚ୍ ତରଫରୁ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ   27-Sep-2026
  ଜିଲ୍ଲା  
ଯୋଗାଣ ସହାୟକ ଙ୍କ ଦାବି ପୁରଣ କରନ୍ତୁ ସରକାର - ନରସିଂହ   27-Sep-2026
  ଜିଲ୍ଲା  
ଦୀପକ ଦାସ ମୃତ୍ୟୁ ଘଟଣାରେ ଜଡିତ ଅପରାଧୀଙ୍କୁ ଗିରଫ କେବେ ? : କଂଗ୍ରେସ   27-Sep-2026
  ଜିଲ୍ଲା  
ମହାସମାରୋହରେ ହିନ୍ଦୀ ଦିବସ ପାଳିତ ‘ହିନ୍ଦୀ ହେଉ ହୃଦୟର ଭାଷା’: ମୁଖ୍ୟ ଅତିଥି   27-Sep-2026

You Might Also Like