-+91-9937148622 |
prerana_bgr@rediffmail.com |
Sunday 27th September 2026 |
R.N.I. Regd No. ODIODI/2010/46693
Breaking News
03-Nov-2021
ବୀରମହାରାଜପୁର, ( ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ ବଡଖମାର ସ୍ଥିତ ଶ୍ୟାମସୁନ୍ଦର କୁଞ୍ଜକୁଟିର ବରାହପଦର ମଠର ମଠାଧୀଶ ଭାବେ ନିତ୍ଯଗୋପାଳ ଦାସ ଦାଇତ୍ବ ଗ୍ରହଣ କରିଛନ୍ତି । କିଛି ମାସ ତଲେ ମଠାଧୀଶ ଖେଳା କୃଷ୍ଣ ଦାସଙ୍କ ବିୟୋଗ ପରେ ସଦାନନ୍ଦ ଦାସ ମଠ କାର୍ଯ୍ୟ ତୁଳାଇ ଆସୁଥିଲେ । ତାଙ୍କର ଶାରୀରିକ ଅସୁସ୍ଥତା ଯୋଗୁଁ ସେ ମଠାଧୀଶ ଭାବେ ଦାୟିତ୍ବ ନେବାକୁ ଅକ୍ଷମତା ପ୍ରକାଶ
କରିଥିଲେ । ମଠର ସଭ୍ୟ ତଥା ଅଞ୍ଚଳର ବରିଷ୍ଠ ନାଗରିକ ଓ ଅନ୍ତେବାସୀ ଙ୍କ ଉପସ୍ଥିତିରେ ଶ୍ରୀ ନିତ୍ୟାଗୋପଳ ଦାସ ଙ୍କୁ ମଠାଧୀଶ ଦାଇତ୍ବ ଅର୍ପଣ କରାଯାଇଥିଲା । ପରେ ଗୋବର୍ଦ୍ଧନ ପୂଜା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଶଙ୍କର୍ଷଣ ଛନ୍ଦ, ଶ୍ରବଣ ଅଗ୍ରୱାଲ, ଅଖୁଜ ପଧାନ, ଆଦିତ୍ଯ ଦେହୁରୀ, ଆଶିଷ ସାହୁ, ଟୁକୁ ସାହୁ, କେଶବ ପଣ୍ଡା, କୃଷ୍ଣ ବିଶ୍ବାଲ, ସହଦେବ ମହାକୁର, ସୁଶାନ୍ତ ପୁରୋହିତ, ଶଶି ଭୋଇ, ଗଣ୍ଡ ସମରତ ଙ୍କ ସହ ଅନ୍ଯାନ୍ଯ ମାନେ ଉପସ୍ଥିତ ଥିଲେ ।