-+91-9937148622 |
prerana_bgr@rediffmail.com |
Thursday 23rd July 2026 |
R.N.I. Regd No. ODIODI/2010/46693
Breaking News
03-Nov-2021
ଢେଙ୍କାନାଳ ଜିଲ୍ଲାର ବନ ବିଭାଗ କର୍ମଚାରୀ ମାନଙ୍କ କେନ୍ଦ୍ରାପଡ଼ା ମଣିଷ ମରା ହାତୀ କୁ ରାତି ଅଧିଆ ଜନବସତି ପାଖାପାଖି କେନ୍ଦ୍ରାପଡ଼ା ଜିଲ୍ଲାରୁ ଆଣିଥିବା ହାତୀ କୁ ଲୁଚିଲୁଚି ଖଂକିରା ଜଙ୍ଗଲ ରେ ଛାଡିବାକୁ ଯାଇ ଲୋକଆକ୍ରୋଶ ଓ ଜିଦ ଆଗରେ ମୁଣ୍ଡ ନୁଆଇଁଲେ ବନ ବିଭାଗ |କାହା ଚାପରେ ଅଣ ଓଡ଼ିଆ ଢେଙ୍କାନାଳ ଡି ଏଫ୍ ଓ ପ୍ରକାଶ ଗୋଗିନାନୀ,ସାଧାରଣ ଜନତା ଓ ଗଣମାଧ୍ୟମ ପ୍ରତିନିଧି ଙ୍କୁ ନାଲି ଆଖି ଦେଖାଉଥିବା ଏସି ଏଫ୍ ଓ ,ରଶ୍ମି ରଞ୍ଜନ ସ୍ବାଇଁ ଙ୍କ ସହିତ କପିଳାସ ଓ ଷଡ଼ଙ୍ଗୀ ରେଞ୍ଜେ ର ବନ କର୍ମଚାରୀ ମାନେ । ସାଧାରଣ ଜନତା ମାନଙ୍କ ଦାବି ରାତି ଅଧିଆ ମଣିଷ ମରା ହାତୀ କୁ କେନ୍ଦ୍ରାପଡ଼ା ରୁ ଆସିବା ପରେ ଶାନ୍ତ ପଡ଼ିଯାଇଛି କେନ୍ଦ୍ରାପଡା ଅଧିବାସୀ ମାନେ |କିନ୍ତୁ ଓଡ଼ିଆ ଭାଷା ର ଆନ୍ତରିକତା ଜାଣିପାରୁନ ଥିବା ଓ ଢେ଼ଙ୍କାନାଳ ବାସୀଙ୍କୁ ଅଣ ଦେଖା କରିବା ସହିତ ନିଜର ଅହଂକାର ଜାହିର କରି ଜୋର ଜବରଦସ୍ତ ହାଇୱ୍ଆ ଯୋଗେ ଢେଙ୍କାନାଳ ଜିଲ୍ଲାର ଖଙ୍କିରା ରିଜର୍ଭ ଫରେଷ୍ଟ୍ ପାଖରେ ଥିବା ମସାଣିଆ ପାଖରେ ହାତୀ କୁ ଛାଡିବାର ଡ଼ି ଏଫ ଓ ଙ୍କର ଯେଉଁ ଘୃଣ୍ୟ ପ୍ରୟାସ କୁ ଦୃଢ଼ ନିନ୍ଦା କରିଛନ୍ତି ଶତାଧିକ ଜନସାଧାରଣ। ମଣିଷ ମରା ହାତୀ ପ୍ରେମରେ ନ ପଡ଼ି କେନ୍ଦ୍ରାପଡା ଡ଼ି ଏଫ ଓ ଙ୍କ ଠାରୁ ଶିଖନ୍ତୁ ଆମ ଅଣ ଓଡ଼ିଆ ଅଫିସର ସେ ଯେପରି
ତାଙ୍କ ଅଞ୍ଚଳର ଜନଜୀବନ ରକ୍ଷା ପାଇଁ ତାଙ୍କ ଜିଲ୍ଲାରୁ ବିଦା କଲେ ଠିକ ସେଇପରି ଭାବେ ଯଦି ବନପାଳ ଢେ଼ଙ୍କାନାଳ ନିଜ ଜିଲ୍ଲାର ମଙ୍ଗଳ ପାଇଁ ଏ ମଣିଷ ମରା ହାତୀ କୁ ଚନ୍ଦକା ହାତୀ ଅଭୟାରଣ୍ୟ ଛାଡିବାକୁ ଦୃଢ଼ ଦାବୀ ହେଉଛି l ହାତୀର ସୁରକ୍ଷା ପାଇଁ ହାତୀଟିକୁ ଚନ୍ଦକା ଅଭୟାରଣ୍ୟରେ ନେଇ ଛାଡ଼ିବା ପାଇଁ ଲିଖିତ ପ୍ରତିଶ୍ରୁତି ନ ଦେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ଉପସ୍ଥିତ ଥିବା ସମସ୍ତ ଢେଙ୍କାନାଳ ଓ ଗଁଦିଆ ଜନ ସାଧାରଣ ଦାବି କରିଛନ୍ତି |