-+91-9937148622 |
prerana_bgr@rediffmail.com |
Sunday 2nd August 2026 |
R.N.I. Regd No. ODIODI/2010/46693
Breaking News
31-Oct-2021
ବଲାଙ୍ଗୀର,(ସନ୍ତୋଷ କୁମାର ନାଏକ) :ରାଜ୍ୟ ସ୍ତରୀଅ ଜୁଡୋ ପ୍ରତିଯୋଗିତାରେ ଭାଗ ନେଇଥିବା ଜଣେ ଛାତ୍ରୀ ଙ୍କ ହାତ ଦୁଇଖଣ୍ଡ ହୋଇ ଭାଙ୍ଗି ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ଚଳିତ ବର୍ଷ ବଲାଙ୍ଗୀର ଜିଲ୍ଲା ଜୁଡୋ ଏସୋସିଏସନ ତରଫରୁ ରାଜ୍ୟ ର ସବୁଜିଲ୍ଲା ରୁ ଏହି ପ୍ରତିଯୋଗିତା ରେ ସବୁ ବର୍ଗର ପ୍ରତିଯୋଗୀ ଭାଗ ନେଇ ଗତ ୨୯ ରୁ ୩୧ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଆରମ୍ଭ ହୋଇଛି । ଗତ ୩୦ ତାରିଖ ଦିନ ପ୍ରାୟ ଦୁଇ ଟା ସମୟରେ ରାଜ୍ୟ ର ଝାରସୁଗୁଡା ଜିଲ୍ଲା ରୁ ପ୍ରତିଯୋଗିତା ରେ ଭାଗ ନେଇଥିବା ଶୁଭଶ୍ରୀ ସିଂ ଗୋସାଇଁ
ନାମ୍ନୀ ଜଣେ ୧୭ ବର୍ଷୀୟ ଛାତ୍ରୀ ଭାଗ ନେଇ ଥିବା ବେଳେ ତାଙ୍କ ଗୋଟିଏ ହାତ ର ହାଡ଼ ଦୁଇ ଖଣ୍ଡ ହୋଇ ଭାଙ୍ଗି ଆହତ ହୋଇଛନ୍ତି । ଗୁରୁତର ଆହତ ଯୋଗୁଁ ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ସରକାରୀ ଚିକିତ୍ସାଳୟ କୁ ଅଣାଯାଇଥିବା ବେଳେ ଡ଼ଃ ହେମନ୍ତ ମେହେର ଅସ୍ତ୍ରୋପଚାର ଆବଶ୍ୟକ କହି ଅନ୍ୟତ୍ର ସ୍ଥାନାନ୍ତର କରିଥିଲେ । ରାଜ୍ୟ ସ୍ତରୀୟ ଏହି ପ୍ରତିଯୋଗିତାରେ ସଫଳ ବା ବିଜୟ ଲାଭ କରିଥିବା ଖେଳାଳି ଙ୍କୁ ଜାତୀୟ ସ୍ତରରେ ପ୍ରତିଯୋଗିତା ରେ ଅଂଶଗ୍ରହଣ ସୁଯୋଗ ଦିଆଯିବ ବୋଲି କମିଟି ତରଫରୁ ପ୍ରକାଶ ପାଇଛି । ଏ ନେଇ ୩୧ ତାରିଖ ରେ ପ୍ରତିଯୋଗିତା ରେ ଉତ୍ତୀର୍ଣ୍ଣ ଙ୍କୁ ସମ୍ମାନିତ କରାଯାଇ ଜାତୀୟ ସ୍ତରରେ ସୁଯୋଗ ପ୍ରଦାନ କରାଯିବା ଜଣାଯାଇଛି ।