-+91-9937148622 |
prerana_bgr@rediffmail.com |
Monday 5th October 2026 |
R.N.I. Regd No. ODIODI/2010/46693
Breaking News
28-Oct-2021
ପଦ୍ମପୁର(ନିରଞ୍ଜନ ତ୍ରିପାଠୀ) -ପଦ୍ମପୁର ଉପଖଣ୍ଡ ଦହିଗା ଗ୍ରାମ ପଞ୍ଚାୟତବାସୀ ବୁଡାମାଲ ଆରଆଇ ସର୍କଲରେ ମିଶ୍ରଣକୁ ତୀବ୍ର ବିରୋଧ କରୁଛନ୍ତି।ସରକାର ପ୍ରତ୍ୟେକ ତିନୋଟି ଗ୍ରାମ ପଂଚାୟତରେ ଗୋଟିଏ ଆରଆଇ ସର୍କଲ ଖୋଲିବା ନିଷ୍ପତ୍ତି ଖବର ପାଇ ଦହିଗା ଗ୍ରାମ ପଞ୍ଚାୟତବାସୀ ପଦ୍ମପୁର ଉପ ଜିଲ୍ଲାପାଳ ଶ୍ରୀମାନ ତ୍ରିଲୋଚନ ପାତ୍ର କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି।ପୁର୍ନଗଠନରେ ଉକ୍ତ ଗ୍ରାମପଞ୍ଚାୟତ କୁ ବୁଡାମାଲରେ ସାମିଲ କରିବା ସମ୍ଭାବନା ରହିଛି।ଦହିଗା ଠାରୁ ବୁଡାମାଲ ୧୫ କିମି ,କିନ୍ତୁ ଦହିଗା ଠାରୁ ଦହିତା ମାତ୍ର ୫ କି ମି ।ଯଦି ପୁର୍ନଗଠନରେ ଲୋକମାନଙ୍କ ସୁବିଧା କରାଯାଉଛି lତେବେ ଦହିଗାକୁ ଦହିତା ଆରଆଇ ସର୍କଲରେ ସାମିଲ କରିବାକୁ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି।ସୁଦାମ ଦାଶ ଙ୍କ ନେତୃତ୍ବରେ ନିରାକାର ଭୋଇ,ବିନୋଦ ସାହୁ,ରୁଦ୍ର ବିଶି,ପ୍ରକାଶ ଦାଶ,ବନମାଳି ସାହୁ,ମିତ୍ରଭାନୁ ଭୋଇ,ଜୟନ୍ତ ସାହୁ,ନୀଳାମ୍ବର ସାହୁ,ଅଶୋକ ସାହୁ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।