-+91-9937148622 |
prerana_bgr@rediffmail.com |
Thursday 6th August 2026 |
R.N.I. Regd No. ODIODI/2010/46693
Breaking News
28-Oct-2021
କଣ୍ଟାବାଞ୍ଜି (ଆନନ୍ଦ ମୋଟେ) : ମହାକିଙ୍ଗ ସନସାଇ ସ୍କୁଲ ଅଧ୍ୟାକ୍ଷା ମମିତା ମେହେରଙ୍କ ହତ୍ୟା ପରେ ତାଙ୍କ ଗାଁ ଝରଣୀ କୁ ଆଜି କଂଗ୍ରେସ ଦଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ରଣଦୀପ ସିଂ ସୁର୍ଜେ୍ୱାଲା, ରାଜ୍ୟ କଂଗ୍ରେସ ପ୍ରଭାରୀ ଡ଼ ଚେଲା କୁମାର, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ହେଲିକେପ୍ଟର
ଯୋଗେ କଣ୍ଟାବାଞ୍ଜି ଠାରେ ଓହ୍ଲାଇ ଝରଣୀ ଗାଁ ଅଭିମୁଖେ ଯାଇଛନ୍ତି। ଯାଇଥିଲେ, ଝରଣୀରେ ମୃତାଙ୍କ ପରିବାର ବର୍ଗଙ୍କୁ ସାକ୍ଷାତ କରି ସାନ୍ତ୍ୱନା ଦେଇଛନ୍ତି । ତୁରକେଲା ଥାନା ଅନ୍ତର୍ଗତ ଝରନି ଗ୍ରାମର ମମିତାଙ୍କ ମୃତଦେହ ଖେଳ ପଡିଆରୁ ଉଦ୍ଧାର
କରାଯାଇଥିଲା। ଉକ୍ତ ଘଟଣାରେ ମହାଳିଙ୍ଗ ସ୍କୁଲ ମାଲିକ ଗୋବିନ୍ଦ ଗିରଫ ହୋଇ ଏବେ ଜେଲରେ ରହିଥିବା ବେଳେ ଘଟଣାର ତଦନ୍ତ ଜାରି ରହିଛି