-+91-9937148622 |
prerana_bgr@rediffmail.com |
Saturday 8th August 2026 |
R.N.I. Regd No. ODIODI/2010/46693
Breaking News
27-Oct-2021
ପାଟଣାଗଡ଼ (ପୁର୍ଣ୍ଣ ଶଶୀ ଶେଖର ରାଓ) ପାଟଣାଗଡ଼ ଉପଖଣ୍ଡ ରେ କିଛି ଦିନ ହେଲା କାଠ ମାଫିଆ ମାନଙ୍କ ଦୌରାତ୍ମ ବଢ଼ି ଚାଲୁଥିବା ବେଳେ ପାଟଣାଗଡ଼ ବନ ବିଭାଗ ଧରିବା ପାଇଁ ଅଣ୍ଟା ଭିଡିଛନ୍ତି ।
ସୂଚନାଯୋଗ୍ୟ ଯେ ପାଟଣାଗଡ଼ ରେଞ୍ଜ ଲରମ୍ଭା ସେକ୍ସନ ଦମକିପାଲି ଠାରେ ଆଜି ବିଲମ୍ବିତ ରାତି ୧୨:୩୦ ଟାରେ କାଠ ବୋଝେଇ ଟ୍ରାକ୍ଟର ଯାଉଥିବା ଖବର ପାଇ ଅଚାନକ ଚଢ଼ାଉ କରିଥିଲେ । ଘଟଣା ସ୍ଥଳରୁ କାଠ ମାଫିଆ ଇନ୍ଦ୍ର ମେହେରକୁ ଗିରଫ କରିବା ସହ ଟ୍ରାକ୍ଟର ନମ୍ବର ଓ ଡି
0୩ ଜେ ୧୮୨୮ ଏବଂ ଗୋଟିଏ ସିଡି ଡିଲକ୍ସ ଗାଡି ଜବତ କରିଛନ୍ତି। ଟ୍ରାକ୍ଟର ରେ ଏକ ଫୁଟ ଗୋଲେଇ ମିଶ୍ରିତ ୧୫୬ ଖଣ୍ଡ ବଲି କାଠ ଜବତ କରାଯାଇଛି ଯାହାର ମୂଲ୍ୟ ହାରାହାରି ୨୦,୦୦୦ ଟଙ୍କା ପାଖାପାଖି ହେବ । ଏହି ଚଢ଼ାଉ ସମୟରେ ଲରମ୍ଭା ସେକ୍ସନ ର ଫରେଷ୍ଟର ଭାଗବତ ଦାସ ଓ ଫରେଷ୍ଟ ଗାର୍ଡ ଶ୍ୟାମ ସୁନ୍ଦର ସାହୁ, ସୁନ୍ଦର ସାଏ ଓ ପାରା ଫରେଷ୍ଟ ଷ୍ଟାଫ୍ କୃଷ୍ଣ ସିଂ, ବାବୁଲାଲ ସିଂ ଓ ଆଦର୍ଶ ପୋଡ଼ ପ୍ରମୁଖ ଉପସ୍ଥିତ ଥିଲେ। ଅନେକ ଦିନ ଧରି ଇନ୍ଦ୍ର ମେହେର ଚୋରା କାଠ ଚାଲାଣ କରୁଥିବା ଯୋଗୁଁ ଆଜି ଡି ଏଫ୍ ଓ ଙ୍କ ନିର୍ଦ୍ଦେଶନାରେ ଓ ରେଞ୍ଜର ଙ୍କ ତତ୍ବାବଧାନରେ ଗିରଫ କରି ଜଙ୍ଗଲ ବିଭାଗ କେଶ ନମ୍ବର ଓ ଆର୍ ୧୫୮୨୧/୨୨ମାମଲା ରୁଜୁ କରି ଆସାମୀକୁ କୋର୍ଟ ଚାଲାଣ କରିଥିବା ଫରେଷ୍ଟର ଭାଗବତ ଦାସ ସୂଚନା ଦେଇଛନ୍ତି।