-+91-9937148622 |
prerana_bgr@rediffmail.com |
Sunday 9th August 2026 |
R.N.I. Regd No. ODIODI/2010/46693
Breaking News
27-Oct-2021
ପଦ୍ମପୁର/ବରପାଲି(ନିରଞ୍ଜନ ତ୍ରିପାଠୀ) -ୟୁଥ ରେଡ଼କ୍ରସ ତରଫରୁ କଦଲିପାଲି-ବରପାଲି ସ୍ଥିତ ଜଗବନ୍ଧୁ ଡିଗ୍ରୀ ମହିଳା ମହାବିଦ୍ୟାଳୟ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି lଜଗବନ୍ଧୁ ଡିଗ୍ରୀ ମହିଳା ମହାବିଦ୍ୟାଳୟ ର ପ୍ରତିଷ୍ଠାତା ଶ୍ରୀମାନ ଅନ୍ତର୍ଯ୍ୟାମୀ ପଣ୍ଡା ଙ୍କ ତତ୍ବାବଧାନରେ
ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ ମୁଖ୍ୟଅତିଥି ଭାବେ ବରଗଡ ବିଧାୟକ ଶ୍ରୀମାନ ଦେବେଶ ଆଚାର୍ଯ୍ୟ ଯୋଗଦାନ କରି ରକ୍ତଦାତା ମହାପୂର୍ଣ୍ଣ୍ୟ,ରକ୍ତଟୋପାଏ ପାଇଁ ଲୋକଙ୍କ ଜୀବନ ବଞ୍ଚାଇବା ରେ ରକ୍ତଦାତା ଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ବୋଲି ମତବ୍ୟକ୍ତ କରିଥିଲେ lସମ୍ମାନୀତ ଅତିଥି ଭାବରେ ଓଡ଼ିଶା ମୋ ପରିବାର ବରଗଡ ଜିଲ୍ଲା ସଂଯୋଜକ ଶ୍ରୀମାନ ଗୌରହରି ମିଶ୍ର, ବରଗଡ଼ ରେଡ଼କ୍ରସ ର
ସଂଯୋଜକ ପତିତପାବନ ସାହୁ, ପଞ୍ଚାୟତ କଲେଜ ର ସଭାପତି ପରମାନନ୍ଦ ପଣ୍ଡା, ଜଗବନ୍ଧୁ ଡିଗ୍ରୀ ମହିଳା ମହାବିଦ୍ୟାଳୟ ର ଅଧ୍ୟକ୍ଷା ପଦ୍ମିନୀ ଦାଶ ଯୋଗଦାନ କରି ଉତ୍ସାହି ରକ୍ତଦାତା ଙ୍କୁ ସାହାସ ଯୋଗାଇଥିଲେ l ଏହି ରକ୍ତଦାନ କାର୍ଯ୍ୟକ୍ରମ ରେ ସମୁଦାୟ ୩୪ ୟୁନିଟ ରକ୍ତ ସଂଗ୍ରହ କରାଯାଇପାରିଛି ବୋଲି ବରପାଲି ବ୍ଳକ ଡିଜିଟାଲ ସେକ୍ରେଟାରୀ ସୁଜିତ ଗଡତିଆ ଙ୍କ ଠାରୁ ପ୍ରକାଶ