-+91-9937148622 |

prerana_bgr@rediffmail.com |

  Wednesday 16th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||     

HOME   ଜିଲ୍ଲା

ଜିଲ୍ଲାସ୍ତରୀୟ ଧାନ କିଣା ପ୍ରସ୍ତୁତି ବୈଠକ :  ଧାନ କୁଇଣ୍ଟାଲ ପିଛା ମୁଲ୍ୟ ୨୯୩୦ ଟଙ୍କା ପାଇଁ ନରସିଂହଙ୍କ ପ୍ରସ୍ତାବ ଧାନକିଣା ସେଣ୍ଟର ମାନଙ୍କରେ ସିସିଟିଭି ଲାଗିଲେ କାର୍ଯ୍ୟରେ ହେବ ସ୍ୱଚ୍ଛତା

04-Nov-2020



ବଲାଙ୍ଗିର,(ସନ୍ତୋଷ କୁମାର ଠାକୁର): ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଚଳିତ ଖରିଫ ରୁତୁ ପାଇଁ ଜିଲ୍ଲାସ୍ତରୀୟ ଧାନ କିଣା କମିଟି ର ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ବଲାଙ୍ଗିର ରୁ ଭିଡିଓ କନ୍‌ଫରେନ୍ସିଙ୍ଗ ମାଧ୍ୟମରେ ସ୍ଥାନୀୟ ବିଧାୟକ ନରସିଂହ ମିଶ୍ର,  କଣ୍ଟାବାଞ୍ଜି ବିଧାୟକ  ସନ୍ତୋଷ ସିଂ ସାଲୁଜା, ପାଟଣାଗଡ ବିଧାୟକ ସରୋଜ ମେହେର, ବଲାଙ୍ଗିର ସଂସଦ ପ୍ରତିନିଧି, ଲୋଇସିଂହା ରୁ ବିଧାୟକ ମୁକେଶ ମହାଲିଙ୍ଗ, ବଲାଙ୍ଗିର ଉପଜିଲ୍ଲାପାଳ, ଚାଷୀ ପ୍ରତିନିଧି ଡା ସୁଧିର ପରିଚ୍ଛା, ଜତି ପ୍ରଧାନ, ଜିଲ୍ଲା ଯୋଗାଣ ଅଧୀକାରୀ, ଜିଲ୍ଲା କୃଷି ଅଧୀକାରୀ, ପୋଲିସ ଅଧିକାରୀ, ସମବାୟ ବ୍ୟାଙ୍କ ଅଧୀକାରୀ ତଥା ଧାନ କିଣା ସମ୍ବନ୍ଧୀୟ ଅନ୍ୟାନ୍ୟ ଅଧୀକାରୀ ମାନେ ସାମିଲ ଥିଲେ । ବୈଠକ ଆରମ୍ଭରେ ଯୋଗାଣ ଅଧୀକାରି ବୈଠକ ବାବଦରେ ସୂଚନା ଦେବା ସହ ଏଜେଣ୍ଡା ମୁତାବକ କାର୍ଯ୍ୟକ୍ରମ ଅରମ୍ଭ କରିବା ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ । ଜିଲ୍ଲାପାଳ ଶ୍ରୀ ଚଞ୍ଚଲ ରାଣା ଖରିଫ ରୁତୁର ଧାନ ଅମଳ ବହୁତ ଭଲ ହୋଇଥୀବାରୁ ଧାନ କିଣା କୁ ମଧ୍ୟ ସୃଙ୍ଖଳିତ ଏବଂ ବ୍ୟବସ୍ଥିତ ଢଙ୍ଗରେ କରିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିବା ପାଇଁ ପ୍ରତିଶୃତି ଦେଇଥିଲେ । ଏଜେଣ୍ଡା ମୁତାବକ ଧାନର ମାନ ନିର୍ଦ୍ଧାରଣ କୁ ନେଇ  ଯୋଗାଣ ବିଭାଗ ପାଖରେ କଣ ବିତ୍ତିଭୂମି ରହିଛି ତାହା ଜାଣିବାକୁ ଚାହିଁ ଥିଲେ ବଲ।।ଙ୍ଗିର ବିଧାୟକ ନରସିଂହ । କେବଳ କୈଣ୍ଟାଲ ପିଛ ।୫ ରୁ ୧୦ କେଜି ଧାନ କାଟି ଦେଇ ଅଣ ଏଫଏକ୍ୟୁ ଧାନ କୁ ଏଫଏକ୍ୟୁ ରେ ପରିଣତ କରି ବା ଅତୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ମିଶ୍ର କ୍ଷୋଭ ର ସହିତ କହିଥିଲେ । ସରକାରି ନିତି ଅନୁସାରେ ସମସ୍ତ ପ୍ୟାକ୍ସ ତଥା ମାର୍କେଟିଂ ୟାର୍ଡ ମାନଙ୍କରେ ଧାନ ର ମାନ ନିର୍ଦ୍ଧାରଣ ପାଇଁ ମାନ ନିର୍ଦ୍ଧାରଣ ଯନ୍ତ୍ର ନିହାତି ଆବଶ୍ୟକ ବୋଲି ବିଧାୟକ ସନ୍ତୋଷ ସିଂ ସାଲୁଜା, ବିଧାୟକ ସରୋଜ ମେହେର. ବିଧାୟକ ମୁକେଶ ମହାଲିଙ୍ଗ ଙ୍କ ସହିତ ଚାଷୀ ପ୍ରତିନିଧି ମାନେ ନିଜର ମତ ରଖିଥିଲେ ।  ଧାନ  କୁଇଣ୍ଟାଲ ପିଛା ୨୯୩୦ ଟଙ୍କା ରଖାଯିବା ନେଇ ପ୍ରସ୍ତାବ ବୈଠକରେ ସର୍ବସମ୍ମତି କ୍ରମେ ପାରିତ ହୋଇଥିଲା । ଏହାକୁ ନେଇ ବିଧାୟକ ଶ୍ରୀ ନରସିଂହ ମିଶ୍ର କହିିଥିଲେ ଯେ, ଧାନର ମୁଳ୍ୟ ନିର୍ଧାରଣ କେନ୍ଦ୍ର ସରକାରଙ୍କ ଅଧୀନରେ ତଥାପି ଅନେକ ରାଜ୍ୟ ଚାଷିଙ୍କ ଲାଭାର୍ଥେ ଅଧିକ ଟଙ୍କା ଦେଇ ଧାନ କିଣୁ ଛନ୍ତି । ତେଣୁ ଓଡିଶ । ସରକାର ମଧ୍ୟ ନିଜ ପ୍ରସ୍ତାବିତ ୨୯୩୦ ଟଙ୍କାରେ ଧାନ କିଣୁ ବୋଲି ପ୍ରସ୍ତାବ ରଖିଥିଲେ ।  ଆହୁରି ମଧ୍ୟ ବର୍ତ୍ତମାନ ଯଦି କୌଣସି ବି ସେଣ୍ଟରରେ ମାନ ନିର୍ଧାରଣ ପରେ ସର୍ବନିମ୍ନ ସହାୟକ ମୂଲ୍ୟରୁ ଧାନ କମ ଦରରେ କିଣା ଯାଏ ତେବେ ଜରୁରୀ ଓ ନିତ୍ୟ ବ୍ୟବହାର୍ଯ୍ୟ ଆଇନ ୧୯୫୫ ଅନୁସାରେ ଦାଇତ୍ୱରେ ଥିବା ଅଧିକାରୀ ଦଣ୍ଡିତ ହେବେ । ଏହାକୁ ଡାକବାଜିି ଯନ୍ତ୍ର ମାଧ୍ୟମରେ ବିଭିନ୍ନ୍ ଅଂଚଳରେ ଚାଷୀମାନଙ୍କୁ ସଚେତନ କରିବାକୁ  କମିଟି ନିର୍ଦ୍ଦେଶ କରିଥିଲା । ଯେହେତୁ ବଲାଙ୍ଗିର ଜିଲ୍ଲା ରେ ଅନେକ କ୍ଷୁଦ୍ରଚାଷୀ ଷୋହଳ କିସମର ଧାନ ଅମଳ କରଥିାନ୍ତି ,ତେଣୁ ବଲାଙ୍ଗିର ଜିଲ୍ଲା ପାଇଁ ନଭେମ୍ବର ପରିବର୍ତ୍ତେ  ଅକ୍ଟୋବର ପ୍ରଥମ ସପ୍ତାହରେ ଧନ କିନା ଆରମ୍ଭ କରିବା ପଇଁ ସରକାରଙ୍କୁ ପ୍ରସ୍ତାବ ପଠାଇବାକୁ ନିଷ୍ପତ୍ତି ହୋଇଥିଲା । ଯେହେତୁ ଏ ବର୍ଷ ଅଣ ଜଳସେଚିତ ଅଂଚଳରେ ମଧ୍ୟ ଧାନ ଅମଳ ଭଲ ହୋଇଛି ତେଣୁ ଚାଷୀଙ୍କ ସମସ୍ତ ଧାନ ସରକାର କିଣି ନେଉ ବୋଲି ଶ୍ରୀ ମିଶ୍ର ପ୍ରସ୍ତାବ ରଖିଥିଲେ । ଏହାକୁ ସର୍ବସମ୍ମତି କ୍ରମେ ସମସ୍ତ ସଭ୍ୟ ଗ୍ରହଣ କରିବା ସହ ସରକାରଙ୍କୁ ପ୍ରସ୍ତାବ ପଠାଇବା ପାଇଁ ନିଷ୍ପତ୍ତି ହୋଇଥିଲା । ଏ ପର୍ଯ୍ୟନ୍ତ ଧାନ କିଣିବା ପାଇଁ  ବିଭାଗ ପ୍ରସ୍ତୁତ ହୋଇ ପ।।ରିନଥିବା ଯୋଗୁଁ ବିଭିନ୍ନ ଅଂଚଳରେ ଦଲାଲ ତଥା ମିଲ ମାଲିକଙ୍କୁ ଧାନ ବିକି ଶୋଷଣ ର ଶିକାର ହୋଇଛନ୍ତି ବୋଲି ସଭ୍ୟମାନେ କ୍ଷୋଭ ପ୍ରକାଶ କରିଥିଲେ । ଏବର୍ଷ ଖରିଫ ଧାନ କିଣା ଏ ମାସର   ୧୮ ତାରିଖରୁ ଆରମ୍ଭ ହେବ ବୋଲି ବୈଠକରେ ନିଷ୍ପତ୍ତି ହେବା ସହ ଧାନକିଣା ଅଂଚଳକୁ ଚାଷି ବତତ ଅନ୍ୟ କେହି ଯେପରି ଯାଇ ନପାରିବେ ସେଥି ପ୍ରତି ଜିଲ୍ଲା ପ୍ରଶାସନ ସମସ୍ତ ପ୍ରକାର ପ୍ରସ୍ତୁତି କରିବ ବୋଲି ଜିଲ୍ଲାପାଳ କହିଥିଲେ । ଗତ ବର୍ଷ ପରି ଏ ବର୍ଷ ମଧ୍ୟ  ମଣ୍ଡି ହେଣ୍ଡେଲିଂ ଦାଇତ୍ୱ ପ୍ୟାକ୍ସ ନିଜେ ନେବ ବୋଲ ବୈଠକରେ ନିଷ୍ପତ୍ତି ହୋଇଥିଲା ।  


News Comment




Photo in News

Advertisment
Lastest News
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026

You Might Also Like