-+91-9937148622 |
prerana_bgr@rediffmail.com |
Sunday 9th August 2026 |
R.N.I. Regd No. ODIODI/2010/46693
Breaking News
27-Oct-2021
ପାଟଣାଗଡ଼ (ପୁର୍ଣ୍ଣ ଶଶୀ ଶେଖର ରାଓ) ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକ ଧୁମାଭଟା ଗ୍ରାମ ର ପଦ୍ମାଳୟା ଜ୍ବେଲର୍ସ ଠାରୁ ଚୋରି ହୋଇଥିବା ଥାନା ରେ ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ ଯେ ଗତକାଲି ମଙ୍ଗଳବାର ବିଳମ୍ବିତ ରାତିରେ ଧୁମାଭଟା ଗାଁ ର ଆଦିତ୍ୟ କୁମାର ଵୁଡେକ ପି.ଗୌରାଙ୍ଗ ବୁଡେକ ନିଜ ଦୋକାନ ବନ୍ଦ କରି ଆସିଥିଲେ।ଓ ଭୋର୍ ସକାଳ ୪ ଟା ରେ ନିଜ ଦୋକାନ ଆଡ଼କୁ ବୁଲି ଦେଖିଥିଲେ ଯେ ତାଙ୍କ ଦୋକାନ ର ସଟ୍ଟର ଖୋଳା ଥିଲା ଏବଂ ଦୋକାନ ରେ ଥିବା ୫ ଭରି ସୁନା,୮ କେଜି ରୂପା ଓ ୧୦୦୦୦ ଟଙ୍କା
କେହି ନେଇଯାଇଥିଲେ।ପରେ ଗାଁ ର ଭଦ୍ରବ୍ୟକ୍ତି ମାନଙ୍କୁ ଡାକି ଥାନା ରେ ଏତଳା ଦେଇଥିବା ଜଣାପଡିଛି।ବେଲପଡା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଏପର୍ଯ୍ୟନ୍ତ ଚୋର ମାନଙ୍କ ପତ୍ତା ମିଳିନାହିଁ। ଏବେ ଦେଖିବାକୁ ବାକି ରହିଲା ଯେ ବେଲପଡା ପୋଲିସ କେତେ ଶିଘ୍ର ଚୋର ମାନଙ୍କୁ ଧରିବାରେ ସକ୍ଷମ ହେଉଛନ୍ତି।