-+91-9937148622 |
prerana_bgr@rediffmail.com |
Wednesday 7th October 2026 |
R.N.I. Regd No. ODIODI/2010/46693
Breaking News
26-Oct-2021
ବଲାଙ୍ଗିର (ସନ୍ତୋଷ କୁମାର ଠାକୁର) ଗତ ୨୨ ତାରିଖ ସନ୍ଧ୍ଯା ରେ ବଲାଙ୍ଗିର ମାଁ ସମଲେଶ୍ବରୀଙ୍କ ମନ୍ଦିର ଛାତ ଭୁଷୁଡ଼ି ଯିବା ପରେ ବଲାଙ୍ଗିର ସହରରେ ଭକ୍ତ ଙ୍କ ମନରେ ଦେଖାଯାଇଥିଲା ଅଶାନ୍ତ ର ବାତାବରଣ । ୨୩ ତାରିଖ ରେ ବଲାଙ୍ଗିର ପୁର୍ବତନ ସାସଂଦ କଳିକେଶ ନାରାୟଣ ସିଂହଦେଓ ହସ୍ତକ୍ଷେପ କରି ମନ୍ଦିର କମିଟି ସହିତ କଥାବାର୍ତ୍ତ କରି ସମାଧାନ ର ବାଟ ବାହାର କରିବା ଉଦ୍ଦେଶ୍ଯ ରେ ବଲାଙ୍ଗିର ଜିଲ୍ଲାପାଳଙ୍କ ସହିତ ସାକ୍ଷାତ କରି ରାଜ୍ଯ ମୁଖ୍ଯ ପ୍ରଶାସକ ଙ୍କ ସହିତ ଆଲୋଚନା କରିବା ପରେ ରାଜ୍ଯ ଦେବତ୍ତର କମିଶନର ଚିତ୍ତରଞ୍ଜନ ମହାପାତ୍ର ଙ୍କ ସହିତ ସିଧାସଳଖ ଯୋଗାଯୋଗ କରି ତା ପରଦିନ ଏକ ବିଭାଗୀୟ ପଦାଧିକାରୀ ମାନଙ୍କୁ ମନ୍ଦିର କିଭଳି ନିର୍ମାଣ କାର୍ଯ୍ଯ ଆରମ୍ଭ ହେବ ତଥା ନୁତନ ଭାବରେ ନୂତନ ରୁପରେଖ ପାଇବ ତାହା ତଦାରଖ କରି ସମାଧାନ ର ରାସ୍ତା
କାଢିବା କୁ ଡାକି ଥିଲେ । ଦେବତ୍ତର ବିଭାଗ ର ପଦାଧିକାରୀ ମାନେ ଆସି ପୁର୍ବତନ ସାସଂଦ କଳିକେଶ ନାରାୟଣ ସିଂହଦେଓ ଙ୍କୁ ସାକ୍ଷାତ କରି ପୁଙ୍ଖାନୁପୁଙ୍ଖ ଯାଞ୍ଚ କରି ଆଲୋଚନା କରାଯାଇ ସମାଧାନ ର ବାଟ କାଢି ବାକୁ ପ୍ରୟାସ କରାଯାଇଥିଲା ଗତ ୨୪ ତାରିଖରେ । ଇତି ମଧ୍ଯରେ ମନ୍ଦିର ର ନବୀକରଣ ପାଇଁ ତାଙ୍କ ତରଫରୁ ୨ଲକ୍ଷ ଟଙ୍କା ସହଯୋଗ କରିଛନ୍ତି । ରାଜ୍ଯ ଦେବତ୍ତର ବିଭାଗ ର କମିସନର ଙ୍କ ସହିତ ଯୋଗାଯୋଗ କରି ବଲାଙ୍ଗିର ଦେବତ୍ତର ବିଭାଗ ରେ ଥିବା ଟଙ୍କାର ବିନିଯୋଗ କରି ନୁତନ ମନ୍ଦିର ନିର୍ମାଣ ପାଇଁ ଖୁବ ଶିଘ୍ର ଅନୁଦାନ ପ୍ରଦାନ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ନିବେଦନ କରିଛନ୍ତି ଓ ଅନୁରୋଧ କରିଛନ୍ତି ଯେ ଏ ସମଲେଶ୍ବରୀଙ୍କ ମନ୍ଦିର ସମ୍ପୁର୍ଣ୍ଣ ଉନ୍ନତିକରଣ କରାଇବା ପାଇଁ । ଦେବତ୍ତର ବିଭାଗ ରୁ ଆସିଥିଲେ ନିରୀକ୍ଷଣ କରି ଶୈଳେଶ୍ରୀ ପେଲେସ ରେ କଳିକେଶ ଙ୍କୁ ସାକ୍ଷାତ କରିଥିଲେ ଅଧିକ୍ଷକ ନିରୀକ୍ଷକ ଅନନ୍ତ ଚରଣ ମୁର୍ମୁ ଓ ଡିଭିଜନ ଇଞ୍ଜିନିୟର ଦକ୍ଷିଣ ଚରଣ ମୁର୍ମୁ ।