-+91-9937148622 |
prerana_bgr@rediffmail.com |
Wednesday 7th October 2026 |
R.N.I. Regd No. ODIODI/2010/46693
Breaking News
26-Oct-2021
ଢେଙ୍କାନାଳ (ତାପସ ଦାସ) :ଆଜି ଢେଙ୍କାନାଳ ପୌରପାଳିକା ତରଫରୁ ସହର ମଧ୍ୟରେ ଥିବା ବୁଲା ଗାଈ ଗୋରୁ ମାନଙ୍କୁ ହଟାଇବା ପାଇଁ ଏକ ପଦକ୍ଷେପ ଗ୍ରହଣ କରାଯାଇଛି । ସହର ମଧ୍ୟରେ ବୁଲା ଷଣ୍ଢ ଙ୍କର ଦିନକୁ ଦିନ ଦୌରାତ୍ମକ ବଢ଼ୁଥିବାରୁ ଲୋକମାନେ ଅନେକ ସମୟରେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ତେଣୁ ଆଜି ପୌରପାଳିକା ର ସହଯୋଗରେ ପୌରପାଳିକାର ସଫେଇ କର୍ମଚାରୀମାନେ କାଓ କ୍ୟାବ ଗାଡିଦ୍ୱାର ବୁଲା ଷଣ୍ଢ ମାନଙ୍କୁ କପିଳାସ ଜଙ୍ଗଲକୁ ସ୍ତ।ନାନ୍ତରଣ କରିବାରେ ସକ୍ଷମ ହୋଇଛନ୍ତି । ସହର ମଧ୍ୟରେ 30 ରୁ ଉର୍ଦ୍ଧ ଷଣ୍ଢ ମାନଙ୍କୁ ଏହି ଗାଡିଦ୍ୱାର ନିଆଯାଇ ସୁଦୂର କପିଳାସ ଜଙ୍ଗଲ ମଧ୍ୟରେ ଛାଡ଼ି ଦିଆଯାଇଛି । ପୌରନିର୍ବାହୀ ଅଧିକାରୀ ଅତନୁକୁମାର ସାମନ୍ତ ଙ୍କ ପ୍ରତ୍ୟେକ୍ଷ ତତ୍ୱବଧାନରେ ଏହିକାର୍ଯ୍ୟ ସମ୍ପାଦିତ ହୋଇଥିଲା ।