-+91-9937148622 |
prerana_bgr@rediffmail.com |
Saturday 10th October 2026 |
R.N.I. Regd No. ODIODI/2010/46693
Breaking News
25-Oct-2021
ଭୁବନେଶ୍ୱର(ଶୁଭାଶିଷ ନାୟକ): କ୍ରମାଗତ ୫ ଦିନ ହେଲା ବଢିଚାଲିଛି ପେଟ୍ରୋଲ ଓ ଡିଜେଲ ଦର । ଆଜି ପୁଣି ପେଟ୍ରୋଲ ୩୬ ପଇସା ଓ ଡିଜେଲ ୩୯ ପ୍ରାପ୍ତ ସୂଚନା ଅନୁସାରେ, ଆଜି ୩୬ ପଇସା ବୃଦ୍ଧି ପାଇ ଭୁବନେଶ୍ୱରରେ ପେଟ୍ରୋଲ୍ ଲିଟର୍ପିଛା ମୂଲ୍ୟ ୧୦୮.୫୫ରେ ପହଞ୍ଚିଛି। ଡିଜେଲ୍ ଦର ମଧ୍ୟ ଲିଟରପିଛା ୩୯ ପଇସା ବୃଦ୍ଧି ପାଇ ୧୦୫.୦୯ରେ ପହଞ୍ଚିଛି। ଆଜିର ଇନ୍ଧନ ଦରକୁ ଦେଖିଲେ ଜଣାପଡୁଛି, ପ୍ରାୟ ଦେଢ଼ ବର୍ଷ ପରେ ଲିଟର୍ପିଛା ପେଟ୍ରୋଲ୍ ମୂଲ୍ୟ ଟ. ୩୬/- ଓ ଡିଜେଲ୍ ଟ.୨୭/- ବୃଦ୍ଧି ପାଇଛି।
ଆଜି ଜାତୀୟ ରାଜଧାନୀ ଦିଲ୍ଲୀରେ ଲିଟର୍ପିଛା ୦.୩୫ ପଇସା ବୃଦ୍ଧି ପାଇ ଟ. ୧୦୭.୫୯ ବିକ୍ରୟ ହେଉଥିବା ବେଳେ ଡିଜେଲ୍ ଦର ମଧ୍ୟ ସମପରିମାଣରେ ବୃଦ୍ଧି ପାଇ ଟ.୯୬.୩୨ ରହିଛି। ମୁମ୍ବାଇରେ ଲିଟର୍ପିଛା ପେଟ୍ରୋଲ୍ ଓ ଡିଜେଲ୍ ମୂଲ୍ୟ ଯଥାକ୍ରମେ ଟ.୧୧୩.୪୬ ଓ ଟ.୧୦୪.୩୮ରେ ବିକ୍ରୟ ହରି, କୋଲ୍କାତାରେ ପେଟ୍ରୋଲ୍ ଲିଟର୍ପିଛା ଟ. ୧୦୮.୧୧ ଓ ଡିଜେଲ୍ ଲିଟର୍ପିଛା ଟ.୯୯.୪୩ ଥିବା ବେଳେ ଚେନ୍ନାଇରେ ଲିଟର୍ପିଛା ପେଟ୍ରୋଲ୍ ଦର ରହିଛି ଟ. ୧୦୪.୫୨ ଏବଂ ଲିଟର୍ପିଛା ଡିଜେଲ୍ ଦର ରହିଛି ଟ. ୧୦୦.୦୯।ପଇସା ମହଙ୍ଗା ହୋଇଛି । ଆନ୍ତର୍ଜାତିକ ବଜାରରେ ତୈଳ ଦର ବୃଦ୍ଧି ଘଟୁଥିବାରୁ ଦେଶବ୍ୟାପୀ ଇନ୍ଧନ ମୂଲ୍ୟ ବଢ଼ି ଚାଲୁଛି।