-+91-9937148622 |
prerana_bgr@rediffmail.com |
Sunday 11th October 2026 |
R.N.I. Regd No. ODIODI/2010/46693
Breaking News
24-Oct-2021
ବରଗଡ଼, ପଦ୍ମପୁର (ନିରଞ୍ଜନ ତ୍ରିପାଠୀ) : ବରଗଡ ଜିଲ୍ଲା ସୌଖିନ ରଙ୍ଗମଞ୍ଚ ଠାରେ ହଜାର ହଜାର ସଂଖ୍ୟାରେ ଏକତ୍ରିତ ହୋଇଥିଲେ ଓଡିଶା ର ବିଭିନ୍ନ ପ୍ରାନ୍ତରୁ ଆସିଥିବା କଳାକାର ମାନେ ।ପ୍ରଥମେ ଏହି ଶୋଭାଯାତ୍ରା କାଳି ମନ୍ଦିର ଠାରୁ ବାହାରି ହାଟପଡା ଦୁର୍ଗା ମନ୍ଦିର ହୋଇ ସମଲେଶ୍ବରୀ ମନ୍ଦିର ସମସ୍ତ ଦେବୀ ଙ୍କୁ ପୂଜା ଅର୍ଚ୍ଚନା କଲାପରେ ଏହି ଶୋଭାଯାତ୍ରା ବରଗଡ ମୁଖ୍ୟ ରାଜପଥ ଦେଇ ପହଞ୍ଚିଲା ସୌଖିନ ରଙ୍ଗମଞ୍ଚ ଠାରେ ।ଏହି ଶୋଭାଯାତ୍ରା ରେ କେବେଳ
ପଶ୍ଚିମ ଓଡିଶା ନୁହେଁ ପୂର୍ବ ଓଡିଶା ଯାତ୍ରା ଜଗତର କଳାକାର ମାନେ ମଧ୍ୟ ଯୋଗ ଦେଇ ଏହି ମହାମିଳନ କୁ ସଫଳ କରିଥିଲେ ।
ଏ ମହାମିଳନ ର ଅଭି ପ୍ରାୟ ବିଷୟ ରେ ପଚାରି ବୁଝିବା ରୁ ଶ୍ରୀ ଚୈତନ୍ଯ ପାଇକ (ସଭାପତି, କଳାକାର ମହାସଂଘ ,ପଶ୍ଚିମ ଓଡିଶା) କହିଥିଲେ ଯେ ' କଳାକାର ମାନଙ୍କୁ ସବୁ ଜାଗାରେ କଳା ପ୍ରଦର୍ଶନ କରିବା ପାଇଁ ପ୍ରୋତ୍ସାହନ ତଥା ଅନୁମତି ଦିଆଯାଉ ତା' ସହିତ ଏକ ଲକ୍ଷ କଳାକାର ମାନଙ୍କୁ
୩୦୦୦ ଟଙ୍କା ଲେଖାଏଁ ଭତ୍ତା ଦିଆଯାଉ ବୋଲି ସରକାର ଙ୍କ ଉଦ୍ଦେଶ୍ୟ ରେ ଅନୂରୋଧ କରିଥିଲେ ।ବରଗଡ ବିଧାୟକ ଶ୍ରୀ ଦେବେଶ ଆଚାର୍ଯ୍ୟ କହିଥିଲେ ଯେ ' ଓଡ଼ିଶା ସରକାର କଳାକାର ମାନଙ୍କ ପାଇଁ ସଦା ସର୍ବଦା ଉଦାର ମନୋଭାବ ରଖି ଆସିଛନ୍ତି ତେଣୁ ୧୦.୦୦୦ କଳାକାର ମାନଙ୍କୁ ଭତ୍ତା ପ୍ରଦାନ କରାଯାଉଛି ଭବିଷ୍ୟତରେ ଆହୁରି ୫୦.୦୦୦ କଳାକାର ଙ୍କୁ ଭତ୍ତା ପ୍ରଦାନ କରାଯିବାର ଯୋଜନା ଅଛି ବୋଲି ଗଣମାଧ୍ୟମ କୁ କହିଥିଲେ ।