-+91-9937148622 |
prerana_bgr@rediffmail.com |
Sunday 11th October 2026 |
R.N.I. Regd No. ODIODI/2010/46693
Breaking News
24-Oct-2021
ନର୍ଲା,(ସଞ୍ଜୀବ ଦାସ) କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ସ୍ଥିତ ସରସ୍ବତୀ ଶିଶୁ ମନ୍ଦିର ରୁପ୍ରାରୋଡଠାରେ ଦୁଇ ଦିନ ବ୍ୟାପୀ ସଂସ୍କାର ଭାରତୀ ଉତ୍କଳ ପଶ୍ଚିମ ପ୍ରାନ୍ତର ବାର୍ଷିକ ସାଧାରଣ ସଭା ଉଦଯାପିତ ହୋଇଯାଇଛି। ସଂସ୍କାର ଭାରତୀ ପଶ୍ଚିମ ପ୍ରାନ୍ତ ସଭାପତି ପ୍ରଭାସ ଚନ୍ଦ୍ର ମିଶ୍ର ଏଥିରେ ଯୋଗଦାନ କରି ସଂଗଠନର ଆଗାମୀ ଯୋଜନା, ଚିନ୍ତନ ଓ ୧୪ ଗୋଟି ପଶ୍ଚିମ ଜିଲ୍ଲାର ୩ ବର୍ଷ ଧରି କରାଯାଇଥିବା କାର୍ଯ୍ୟର ସମୀକ୍ଷା ସହ ନୂତନ କର୍ମକର୍ତ୍ତା ଚୟନ ଉପରେ ମାର୍ଗଦର୍ଶନ କରିଥିଲେ। ଏଥିରେ ପଶ୍ଚିମ ପ୍ରାନ୍ତ ସୋନପୁର ସାଧାରଣ ସମ୍ପାଦକ ଗଦାଧର ବାରିକ, ଲୋକକଳା ପ୍ରମୁଖ ହରେକୃଷ୍ଣ ଭୋଇ, ଅଖିଳ ଭାରତୀୟ ସଂସ୍କାର ଭାରତୀ ମନ୍ତ୍ରୀ ନିରଞ୍ଜନ ପଣ୍ଡା, ପଶ୍ଚିମ ପ୍ରାନ୍ତ ସେବା ପ୍ରମୁଖ ଦୀପକ ରାଉତ ଯୋଗଦାନ କରି ସଂଗଠନର ଉନ୍ନତି ପାଇଁ ବିଭିନ୍ନ ମତ ରଖିଥିଲେ। ସୁରେନ୍ଦ୍ର ପ୍ରସାଦ ନେଗୀ, ଜୟନ୍ତ ମହାରଣା, ଉମେଶ ଚନ୍ଦ୍ର ପଣ୍ଡା, ଭାଗୀରଥି ବେହେରା, କ୍ଷୀରୋଦ ଚନ୍ଦ୍ର ପାତ୍ର, ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ସାଧାରଣ ସଭା ଶେଷରେ ଦିଲ୍ଲୀପ କୁମାର ସା ଧନ୍ୟବାଦ ଅର୍ପଣ କରିଥିଲେ।