-+91-9937148622 |
prerana_bgr@rediffmail.com |
Tuesday 13th October 2026 |
R.N.I. Regd No. ODIODI/2010/46693
Breaking News
23-Oct-2021
ପଦ୍ମପୁର:(ନିରଞ୍ଜନ ତ୍ରିପାଠୀ) - ପଞ୍ଚାୟତ ସମିତି ଡ଼ିଗ୍ରୀ ମହାବିଦ୍ୟାଳୟ ଝାରବନ୍ଧ ଜାତୀୟ ସେବା ସଂସ୍ଥା ମହିଳା ୟୁନିଟ ଆନୁକୂଲ୍ୟରେ ସ୍ୱତନ୍ତ୍ର କ୍ୟାମ୍ପ ନୋଡାଲ ସ୍କୁଲ ଠାରେ ଗତ ଅକଟୋବର ୧୮ ତାରିଖ ରୁ ଆରମ୍ଭ ହୋଇ ଆଜି ଉଦଯାପିତ ହୋଇ ଯାଇଛି l ପ୍ରୋଗ୍ରାମ ଅଫିସର ସୁଶ୍ରୀ ଯାଞ୍ଜସେନୀ ନାୟକ ଙ୍କ ତତ୍ୱାବଧାନରେ ସ୍କୁଲ ପରିସର ସହିତ ଗ୍ରାମର ବିଭିନ୍ନ ସ୍ଥାନରେ ସଫେଇ କାର୍ଯ୍ୟକ୍ରମ ମାନ କରାଯାଇଥିଲା l ସ୍ବେଛାସେବୀମାନେ ବିଭିନ୍ନ ସ୍ଲୋଗାନ,ନାରୀ ଶିକ୍ଷା, ସ୍ୱଚ୍ଛତା, ନିଶା ନିବାରଣ, ବୃକ୍ଷରୋପଣ, କରୋନା ପାଇଁ ଲୋକ ମାନଙ୍କୁ ସଚେତନ କରାଇଥିଲେ l ଜଗନ୍ନାଥ ମନ୍ଦିର
ପ୍ରାଙ୍ଗଣରେ ଏକ ପଥ ପ୍ରାନ୍ତ ନାଟକ ସ୍ବେଛାସେବୀ ଝିଅ ମାନଙ୍କ ଦ୍ୱାରା ପ୍ରଦର୍ଶନ କରାଯାଇଥିଲା l କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବୀରଦୈତ୍ୟ ସାହୁ, ସମ୍ମାନୀତ ଅତିଥି ଭାବେ ହୃଷିକେଶ ବରିହା, ଦୁର୍ଗା ପ୍ରସାଦ ଅଗ୍ରୱାଲ, ଅଗ୍ନିଶମ ବିଭାଗ ମୁଖ୍ୟ ତପନ ମିଶ୍ର, କଲେଜ ଅଧ୍ୟକ୍ଷ ଶ୍ୟାମ ସୁନ୍ଦର ବେହେରା, ଲୋକନାଥ ରାଉତ, ଯୋଗଗୁରୁ କୁମାର ଗୌରବ ବେହେରା ସମେତ ଅଧ୍ୟାପକ ଅଧ୍ୟାପିକା ଓ ସ୍କୁଲ ଶିକ୍ଷକ ଦିବ୍ୟକିଶୋର ପାଣ୍ଡେ ଓ ଶିକ୍ଷକ ଶିକ୍ଷୟିତ୍ରୀ ସାମିଲ ହୋଇ କ୍ୟାମ୍ପ କୁ ସଫଳ କରିଥିଲେ l ଅଧ୍ୟାପକ ଅଦ୍ୱେତ ପ୍ରଧାନ ସ୍ୱାଗତ ସମ୍ଭାଷଣ ସାଙ୍ଗେ କ୍ଷାତୀମୟ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ l ଅଶୋକ ହାତୀ, ବଂଶୀଧର ସେଠୀ ପ୍ରମୁଖ ସହଯୋଗ କରିଥିଲେ l