-+91-9937148622 |
prerana_bgr@rediffmail.com |
Tuesday 13th October 2026 |
R.N.I. Regd No. ODIODI/2010/46693
Breaking News
23-Oct-2021
ବଲାଙ୍ଗୀର,(ପ୍ରେରଣା ଖବର ବ୍ୟୁରୋ) :ବଲାଙ୍ଗୀର ଜିଲ୍ଲାର ବେଲପଡ଼ା ଥାନା ସୁଲେକେଲା ଗ୍ରାମର ରାଜେଶ ରଣା ନିକଟସ୍ଥ ଗାଁର ଜଣେ ଯୁବତୀଙ୍କୁ ଭଲପାଉଥିଲା । ଉଭୟ ପରିବାରର ସହମତି ପରେ ବିବାହ ହୋଇଥିଲା। ରୀତିନୀତି ଅନୁସାରେ ଝିଅକୁ ବାହା ହୋଇ ଘରକୁ ଆଣିଥିଲା ରାଜେଶ। ହେଲେ ବିବାହର ୧୫ ଦିନ ପରେ ବୁଲିଯିବାକୁ ଡାକି ନେଇ ନିଜ ସ୍ତ୍ରୀକୁ ରାଜସ୍ଥାନରେ ଜଣଙ୍କ ପାଖରେ ଏକ ଲକ୍ଷ ଅସି (୧ଲକ୍ଷ ୮୦ହଜାର) ଟଙ୍କା ରେ ବିକ୍ରି କରି ଦେଇଥିବା ନେଇ ଅଭିଯୁକ୍ତ କୁ ଗିରଫ ସହ ଉକ୍ତ ବିବାହିତା ଙ୍କୁ ପୋଲିସ ଉଦ୍ଧାର କରିଛି । ୧ ଲକ୍ଷ ୮୦ ହଜାର ଟଙ୍କାରେ ନିଜ ସ୍ତ୍ରୀ ଙ୍କୁ ପୂର୍ବରୁ ଯୋଜନା ବଦ୍ଧ ଭାବେ ବିକ୍ରି କରି ଦେଇଥିବା ବେଳେ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଛି ବୋଲି ପୋଲିସ ସୂଚନା ମିଳିଛି । ସୂଚନା ଅନୁଯାୟୀ, ଗତ ଅଗଷ୍ଟ ୫ ତାରିଖ ଝିଅର ବାପା ଶଙ୍ଖଧର ରଣା ବେଲପଡ଼ା ଥାନାରେ ଝିଅ ନିଖୋଜ ହେବା ନେଇ ଏତଲା ଦେଇଥିଲେ । ନିଖୋଜ ମାମଲାର ତଦନ୍ତ କରୁ କରୁ ପୁଲିସ ରାଜେଶକୁ ଥାନାକୁ ନେଇ ତଦନ୍ତ କରି ସବୁ ଜାଣିପାରିଥିଲା । ନିଜ ସ୍ତ୍ରୀକୁ ବିକି ଦେଇଥିବା କଥା କହିବା ପରେ ଏକ ସ୍ୱତନ୍ତ୍ର ପୁଲିସ ଟିମ୍ ରାଜସ୍ଥାନ ମଂଜୋଲା, ଶିଫଲା କୁ ଯାଇ ସେଠାରୁ ଝିଅକୁ ଉଦ୍ଧାର କରିଥିଲା । ହେଲେ ଗାଁ ଲୋକେ ଝିଅ ଛାଡ଼ିବାକୁ ନାରାଜ ଥିଲେ। ପରେ ସେଠିକାର ପୁଲିସର ସହାୟତାରେ ଝିଅ ଉଦ୍ଧାର ହୋଇଥିଲା। ଏ ନେଇ ପୁଲିସ ରାଜେଶ ବିରୋଧରେ ଦଫା-୪୨୦, ୩୭୦, ୩୭୨ ଲଗାଇ କୋର୍ଟଚାଲାଣ କରିଛି । ଘଟଣାଟି ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି ।