-+91-9937148622 |
prerana_bgr@rediffmail.com |
Wednesday 14th October 2026 |
R.N.I. Regd No. ODIODI/2010/46693
Breaking News
23-Oct-2021
ବିନିକା(ହିମାଂଶୁ ଶେଖର ପୁଟେଲ) ବିନିକା ଅଞ୍ଚଳରେ ଛତୁ ଫୁଟିଲା ଭଳି ରାଇସ ମିଳ ଗୁଡିକ ଗଡ଼ି ଉଠିଛି l ଏପରିକି ଆହୁରି ନୂତନ ଶିଳ୍ପ ପ୍ରତିଷ୍ଠା ନେଇ ଅନୁମତି ମଧ୍ୟ ଦିଆଯାଇଛି l ହେଲେ ଏହି ଶିଳ୍ପ ଗୁଡ଼ିକ ଯୋଗୁଁ ପରିବେଶ ପ୍ରଦୂଷଣ ହେବା ସହ ଲୋକେ ନାନା ପ୍ରକାର ରୋଗରେ ଆକ୍ରାନ୍ତ ହେଉ ଥିବା ବେଳେ ପଶୁ,ପକ୍ଷୀ ମଧ୍ୟ ବାଦ ପଡୁ ନାହାନ୍ତି l ଯାହା ଫଳରେ ଏହି ପ୍ରଦୂଷଣରୁ ମୁକ୍ତ କରିବା ପାଇଁ ଓ ନୂତନ ଶିଳ୍ପ ପ୍ରତିଷ୍ଠା ଦିଗରେ ଅନୁମତି ନ ଦେବା ପାଇଁ ଆଜି ବିନିକା ବ୍ଲକ ଅନ୍ତର୍ଗତ ସର୍ଗୁନା,ବିଶାଳପାଲି,ଜାମପାଲି,ସାଲମାଟିକିରା ଗ୍ରାମର ଶତାଧିକ ଲୋକ ସ୍ଥାନୀୟ ବିଡ଼ିଓ ବ୍ୟାସଦେବ ବେହେରାଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି l ସେମାନେ ଉକ୍ତ ଦାବିପତ୍ରରେ ଦର୍ଶାଇଛନ୍ତି ଯେ ଉକ୍ତ ଗ୍ରାମ ସିମାବର୍ତି ଅଞ୍ଚଳର ଅଧ କିମି ପରିସୀମା ମଧ୍ୟରେ ଉମାବିଷ୍ଣୁ,ବାଲାଜୀ,ରାଘବ ଉଦ୍ୟୋଗ,ଶିବଶକ୍ତି,ସନ୍ତୋଷିନି ଆଦି ରାଇସ ମିଲ ର ଉତ୍ପନ୍ନ ବିଷାକ୍ତ ପାଉଁଶ ଯୋଗୁଁ ବାୟୁ ପ୍ରଦୂଷଣ ଫଳରେ ରାସ୍ତାରେ ଯିବା ଆସିବା କରୁଥିବା ଲୋକଙ୍କ ଆଖିକୁ ରୋଗାକ୍ରାନ୍ତ କରୁଛି l ସେହିପରି ପନିପରିବା ଓ ଧାନ ଚାଷକୁ ପ୍ରଭାବିତ କରି ଉତ୍ପାଦନରେ କ୍ଷତି ଘଟୁଛି l ବାଲାଜି ଓ ରାଘବ ଉଦ୍ୟୋଗ ରୁ ନିର୍ଗତ ବିଷାକ୍ତ ଜଳସେଚନ ବିଭାଗ କେନାଲ ରେ ପଡୁଥିବାରୁ ଉକ୍ତ ପାଣି ଯୋଗୁଁ ଧାନ ଫସଲ ନଷ୍ଟ ହେବାର ଆଶଙ୍କା ରହିଛି l ଶିବଶକ୍ତି ରାଇସ ମିଲ ର ନିର୍ଗତ ଜଳ ସର୍ଗୁନା ବନ୍ଧ ଓ ଜାମପାଲି ପାଣି ଖାଇକଟା ରେ ମିଶୁଥିବାରୁ ଲୋକେ ସ୍ଵାନ କଲେ ଚର୍ମରୋଗ ରେ ଆକ୍ରାନ୍ତ ହେଉଛନ୍ତି l ସେହିପରି ଗ୍ରାମର ଗୃହ ପାଳିତ ଗାଈ,ଗୋରୁ,ଛେଳି, ମେଣ୍ଡା ଆଦି ପଶୁମାନେ ଚରିବା ବେଳେ ଘାସ ଖାଇ ପେଟ ଫୁଲୁଥିବା ଜଣାପଡିଛି l ଅନ୍ୟ ପକ୍ଷରେ ଜଙ୍ଗଲକୁ ମଧ୍ୟ ଏହି ବିଷାକ୍ତ ପାଉଁଶ ପାଣି ଯାଉଥିବାରୁ ପଶୁ, ପକ୍ଷୀ ପାଣି ପିଇ ଜୀବନ ହାରୁଛନ୍ତୀ l ଏସବୁ ସତ୍ତ୍ବେ ବି ଶର୍ଗୁନା ଗ୍ରାମରେ ନୂତନ ଶିଳ୍ପ ନିର୍ମାଣ କାର୍ଯ୍ୟ ଚାଲୁଥିବାରୁ ଏହାର ନିକଟରେ ଥିବା ସାଲାମା ଟିକିରା ଗ୍ରାମ ପ୍ରଦୂଷଣର ପ୍ରଭାବିତ ହେବା ସାଙ୍ଗକୁ ଦୁଇ ଶହ ମିଟର ଦୂରରେ ଥିବା ଶିବ ମନ୍ଦିର,ଘନ୍ତେଶ୍ୱରି ପୀଠ,ବିଦ୍ୟୁତ ଗ୍ରିଡ,ଶିଶୁ ଉଦ୍ୟାନ କୁ ଆସୁଥିବା ସାଧାରଣ ଲୋକେ ପ୍ରଦୂଷଣ ର ଶିକାର ହେବେ l ତେଣୁ ଉପରୋକ୍ତ ସମସ୍ୟା ର ତଦନ୍ତ କରି ଆମ ଅଞ୍ଚଳକୁ ପ୍ରଦୂଷଣ ମୁକ୍ତ ଏବଂ ନୂତନ ଶିଳ୍ପ ଅନୁମତିକୁ ବନ୍ଦ କରିବା ଦିଗରେ ପଦକ୍ଷେପ ନେବାକୁ ୪ ଖଣ୍ଡ ଗ୍ରାମର ଲୋକେ ଦାବି କରିଛନ୍ତି l ସେହିପରି ଅନ୍ୟ ପକ୍ଷରେ ଶର୍ଗୁନା ଗାଁ ର ଭୂମିହୀନଙ୍କ ପାଇଁ ଉଦ୍ଦିଷ୍ଟ ୭୪୮ ପ୍ଲଟ ସଂରକ୍ଷିତ ପତିତ ଜମି,ପଥର ଚଟାଣ,୭୨୪ ନଂ ପ୍ଲଟ ର ଦୁଇଟି କରନାଲ କେନାଲ,ସର୍ବସାଧାରଣ ରାସ୍ତାକୁ ଅକ୍ତିଆର କରି ନୂତନ ଶିଳ୍ପ ନିର୍ମାଣ କରାଯାଉଥିବାରୁ ଭୂମିହୀନ ମାନେ କେମିତି ଚାଷ କରି ବଞ୍ଚିବେ,ରହିବେ କେଉଁ ଠି ? ତେଣୁ ଏହାର ସରଜମିନ ତଦନ୍ତ କରି ଉପଯୁକ୍ତ ପଦକ୍ଷେପ ନେବାକୁ ସୂର୍ଯ୍ୟ କୁମାର ପଲିତା,ଧର୍ମେନ୍ଦ୍ର କମ୍ପ,ଦୂଲ୍ଲଭ ପଲିତା,ସନ୍ତୋଷ ପଲିତା,ବାବୁଲା, ନିରାକାର ବାଘ ପ୍ରମୁଖଙ୍କ ନେତୃତ୍ୱରେ ଗ୍ରାମବାସୀ ବିନିକା ତହସିଲଦାର ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି