-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
03-Nov-2020
ବଲାଙ୍ଗିର (ପ୍ରେରଣା ଖବର) - ରାଧାରାଣୀ ପଡା ନିବାସୀ ସ୍ବର୍ଗତ ଭାନୁ ପ୍ରତାପ ମହାନ୍ତି ଙ୍କ ପତ୍ନୀ ଇଲଦେବୀ ମହାନ୍ତି ଙ୍କ ପରଲୋକ ହୋଇଯାଇଛି । ସେ ଜଣେ ଧର୍ମପରାୟଣ ମହିଳା ଭାବେ ବେଶ୍ ପରିଚିତ । ବିଭିନ୍ନ ଧର୍ମ କାର୍ଯ୍ୟ ରେ ସଂଶ୍ଳିଷ୍ଟ ରହୁଥିଲେ । ଗାନ୍ଧୀନଗର ପଡା ଠାରେ ଥିବା ଯୁନାଡିହି ରେ ରାଧାକୃଷ୍ଣ ମନ୍ଦିର ନିର୍ମାଣ କରି ଲୋକଙ୍କ ମନରେ ଭକ୍ତିଭାବ ଜାଗ୍ରତ କରାଇଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ଚାରି ପୁଅ , ଦୁଇ ଝିଅ, ୧୧ ନାତି ନାତୁଣୀ, ଗୋଟିଏ ପଣ ନାତୁଣୀ ସମେତ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ ।ବିଭୂତି ପଡା ଶ୍ମଶାନ ରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ଦ୍ଵିତୀୟ ପୁତ୍ର ବିଜୟ ମହାନ୍ତି ମୁଖଗ୍ନି ଦେଇଥିବା ବେଳେ କନିଷ୍ଠ ପୁତ୍ର ଅଜୟ ମହାନ୍ତି (ଅଜୁ) ଗଙ୍ଗା କୁ ଯାଇ ଅସ୍ଥି ପ୍ରବାହ କରିଛନ୍ତି । ଆସନ୍ତା ନଭେମ୍ବର ଚାରି ତାରିଖ ବୁଧବାର ଦିନ ଦ୍ୱାଦଶହ କାର୍ଯ୍ୟ ସମାପନ ହେବ ।