-+91-9937148622 |
prerana_bgr@rediffmail.com |
Friday 16th October 2026 |
R.N.I. Regd No. ODIODI/2010/46693
Breaking News
21-Oct-2021
ବଲାଙ୍ଗିର, (ପ୍ରେରଣା ଖବର) କୋସଲ ରାଜ୍ୟ ସମନ୍ୱୟ ସମିତିର ନବଗଠିତ ଷ୍ଟିୟରିଂ କମିଟିର ପ୍ରଥମ ବୈଠକ ବଲାଙ୍ଗିର ଯାଦବ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ସମନ୍ୱୟ ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମନ୍ୱୟ ସମିତିର ସଦସ୍ୟମାନେ ତଥା ସ୍ଥାନୀୟ ବଲାଙ୍ଗିର ଜିଲ୍ଲାର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ । ଏହି ବୈଠକରେ ଆଗାମୀ ମାର୍ଚ୍ଚ / ଏପ୍ରିଲ ମାସରେ ବରଗଡ ଜିଲ୍ଲାରେ ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ କୋସଲ ମହା ପଂଚାୟତ ପୂର୍ବରୁ କୋସଲାଂଚଳର ସବୁ ଜିଲ୍ଲାରେ ସଂଗଠନକୁ ପୁନର୍ଗଠନ କରିବା ପାଇଁ ବିଭନ୍ନ କାର୍ଯ୍ୟସୂଚୀ ପ୍ରସ୍ତୁତ
କରାଯାଇଥିଲା । ଏହା ଛଡା ମହା ପଂଚାୟତ ପୂର୍ବରୁ କୋସଲାଂଚଳରେ ଥିବା କିଛି ଛୋଟ ଛୋଟ କୋସଲ ବାଦୀ ସଂଗଠନ ଓ ସଂଗଠକମାନଙ୍କୁ ଆନ୍ଦୋଳନର ମୁଖ୍ୟସ୍ରୋତରେ ସାମିଲ କରିବାକୁ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଥିଲା । ଏହା ଛଡା ଆଗାମୀ ଦିନରେ କୋସଲାଂଚଳର ସବୁ ବିଧାୟକ / ସାଂସଦମାନଙ୍କୁ କୋସଲ ରାଜ୍ୟ ପ୍ରସଂଗ ବିଧାନସଭାରେ ତଥା ପାର୍ଲ୍ୟାମେଣ୍ଟରେ ଉଠାଇବାକୁ ଦାବି କରି କାର୍ଯ୍ୟକ୍ରମମାନ କରିବାକୁ ତଥା ପଂଚାୟତ ସ୍ତରରୁ ଆନ୍ଦୋଳନକୁ ପୁନର୍ଗଠନ କରିବା ନିଷ୍ପତ୍ତି କରାଯାଇଥିଲା । ଏହି ବୈଠକରେ ରାଜ୍ୟ ସରକାର “ମୋ ସ୍କୁଲ” ଯୋଜନାରେ ଲୋକ ଓ ଅଭିଭାବକମାନଙ୍କ ପାଖରୁ ସଂଗ୍ରହ କରୁଥିବା ପାଣ୍ଠି ଅଭିଯାନକୁ ନାପସନ୍ଦ କରାଯାଇଥିଲା । ରାଜ୍ୟର ପ୍ରମୁଖ ରାଜନୈତିକ ଦଳମାନେ କୋସଲ ରାଜ୍ୟ ଦାବୀ ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ବୋଲି ଏହି ବୈଠକରେ ଦାବି କରାଯାଇଥିଲା । ଏହି ବୈଠକରେ କେନ୍ଦ୍ରୀୟ ଷ୍ଟିୟରିଂ କମିଟିରେ କିଛି ସଦସ୍ୟକୁ ନିମନ୍ତ୍ରିତ ସଭ୍ୟ ହିସାବରେ ସ୍ଥାନୀତ କରାଯାଇଥିଲା । ସେମାନେ ହେଲେ ଝାରସୁଗୁଡା ଜିଲ୍ଲାରୁ ନାରାୟଣ ମହାପାତ୍ର, ନାରାୟଣ ଅଗ୍ରୱାଲ, ସମ୍ବଲପୁର ଜିଲ୍ଲାରୁ ରବିନ୍ଦ୍ର ପତି, ବୀରେନ୍ଦ୍ର ପାଣିଗ୍ରାହୀ ଓ ବଲାଙ୍ଗିର ଜିଲ୍ଲାରୁ ମନୋରଂଜନ ସାହୁ ପ୍ରମୁଖ । ଏହା ଛଡା କୋସଲ ପୁନଃ ଏକତ୍ରୀକରଣ କମିଟିକୁ ମଧ୍ୟ ସଂପ୍ରସାରିତ କରାଯାଇ ସେଥିରେ ଝାରସୁଗୁଡା ଜିଲ୍ଲା ର ବ୍ରଜ ମିଶ୍ର, ବୈାଦ୍ଧ ଜିଲ୍ଲାରୁ ଡୋଳାମଣି ପ୍ରଧାନ, ବଲାଙ୍ଗିର ଜିଲ୍ଲାରୁ ରିଲୁ ରଥ ଓ ବିନୋଦ କାଲସାଏଙ୍କୁ ସ୍ଥାନୀତ କରାଯାଇଛି । ।
ଏହି ବୈଠକରେ କୋସଲ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ ସଂଯୋଜକ ସୁନିଲ ପୁରୋହିତ, ଯୁଗ୍ମ ସଂଯୋଜକ କେଦାର ମିଶ୍ର, ଶରତ ହୋତା, ବିଭୁଦତ୍ତ ମିଶ୍ର, ଷ୍ଟିୟରିଂ କମିଟି ସଦସ୍ୟ ମନୋରଂଜନ ସିଂ ବରିହା, କିଶୋର ହୋତା, ଅରବିନ୍ଦ ପଣ୍ଡା, ଡୋଳାମଣି ପ୍ରଧାନ, ସୁରେନ୍ଦ୍ର ପଣ୍ଡା, ଆଶ୍ରୟ ମହାନନ୍ଦ, ମନୋରଂଜନ ସାହୁ, ବଲାଙ୍ଗିର ଜିଲ୍ଲା ସଭାପତି ବିକ୍ରମାନନ୍ଦ ବହିଦାର, ସଂଗଠକ ରଣରାଜ ସିଂଦେଓ, ଯୁଗ୍ମ ସଂଗଠକ ରିଲୁ ରଥ, ବିନୋଦ କାଲସାଏ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ