-+91-9937148622 |
prerana_bgr@rediffmail.com |
Friday 16th October 2026 |
R.N.I. Regd No. ODIODI/2010/46693
Breaking News
20-Oct-2021
ବଲାଙ୍ଗିର, ଗାନ୍ଧୀ ପାଠାଗାର ଠାରେ ନଭେମ୍ବର ୧ ରେ ବଲାଙ୍ଗିର ଦିନ ପାଇଁ ବ୍ୟାପକ ପ୍ରସ୍ତୁତି ବଲାଙ୍ଗିର ବୁଦ୍ଧିଜିବିଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଦିନକୁ ସମସ୍ତଙ୍କୁ ନେଇ ପାଳନ ପାଇଁ ଜାତି, ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ସମସ୍ତଙ୍କୁ ନେଇ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି ସେହି କ୍ରମରେ ଅନେକ ବୁଦ୍ଧିଜିବଙ୍କୁ ନେଇ ବିଭିନ୍ନ ପ୍ରସ୍ତାବ ଗୃହିତ କରାଯାଇଛି । ଏହି ଦିନ ପୁରାଜିଲ୍ଲାରେ ସମସ୍ତଙ୍କ ଗୃହ ସମ୍ମୁଖରେ ଝୋଟି ଓ ସନ୍ଧ୍ୟାରେ ଦିପ ଜାଳି ଉଜ୍ଜଳ ବା ଉତ୍ସବ ମୁଖର କରିବା ପାଇଁ ନିବେଦନ କରାଯାଇଛି । ଅନେକ ପ୍ରକାର ଭିନ୍ନ ଭିନ୍ନ ଶ୍ରେଣୀର ଲୋକଙ୍କୁ ସାମିଲ କରିବା ପାଇଁ ପ୍ରତିଯୋଗିତାମାନ କରିବା ପାଇଁ ପ୍ରସ୍ତାବ ଗୃହିତ କରାଯାଇଛି । ଆଜିର ଏହି ବୈଠକରେ ବିକ୍ରମାନନ୍ଦ ବହିଦାର, ନିଳମଣି ମିଶ୍ର, ମନରଂଜନ ସାହୁ, ପ୍ରଭାକର ମିଶ୍ର, ରତନ ମହାରଣା, ଲୋଟସ ଷଡଙ୍ଗୀ, ପ୍ରଭାସ ପାଣିଗ୍ରାହୀ, ରବି ବହିଦାର, ପ୍ରଦିପ ସାହୁ, ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ, ବିରେନ୍ଦ୍ର ବନଛୋର, ସଂଗ୍ରାମ ବହିଦାର, ଧର୍ମେନ୍ଦ ନନ୍ଦ, ପ୍ରକାଶ ନେପାକ, ଗୁଲାପ ବାଗ, ବିଧୁଭୂଷଣ ତ୍ରିପାଠୀ, ଭବାନୀ ଶତପଥି, ଜ୍ୟୋତି ରଂଜନ ନାଗ, ପ୍ରମୋଦ ବାରିକ, ନୂତନ ମିଶ୍ର, ସରୋଜ ମହାଣା, ଅରୁଣ ମିଶ୍ର । ଏହି କାର୍ଯ୍ୟକ୍ରମକୁ ଅଙ୍କୁଶ ପାଣ୍ଡିଆ ସ୍ୱାଗତ ଭାଷଣ ଦେଇଥିବା ବେଳେ ବିନୋଦ କୁମାର କାଲସାଏ ସଭା ପରିଚାଳନା କରିଥିଲେ ଓ ଶେଷରେ ଧନ୍ୟବାଦ ଦେଇଥିଲେ ପ୍ରଶାନ୍ତ ମହାକୁର ।