-+91-9937148622 |
prerana_bgr@rediffmail.com |
Friday 16th October 2026 |
R.N.I. Regd No. ODIODI/2010/46693
Breaking News
20-Oct-2021
ଢେଙ୍କାନାଳ (ତାପସ ଦାସ) : ସିଦ୍ଧ ବଲରାମଜୀଉ ମନ୍ଦିର ପ୍ରାଙ୍ଗଣରେ ମା ଲକ୍ଷ୍ମୀମନ୍ଦିର ପ୍ରାଙ୍ଗଣରେ କୁମାରପୁର୍ଣିମା ଉସ୍ଛବ ପାଳିତ । ପ୍ରାତଃରୁ ମା ଲକ୍ଷ୍ମୀଙ୍କୁ ମଙ୍ଗଳ ଆଳତି କରାଯାଇଥିଲା, ଏହାପରେ ଗୋଲାପ ଜଳ, ଅଗୁର ଜଳରେ ସ୍ନାନ କରାଯାଇଥିଲା । ଏହାପରେ ମା ଙ୍କୁ ନୂତନବସ୍ତ୍ର ପରିଧାନ କରାଯାଇଥିଲା ,ଏହାପରେ ଷୋଡ଼ଶ ଉପଚାର ପୂଜା କରାଯିବା ସହ ଦୀପ,ଧୂପ, କର୍ପୂର ଆଳତି କରାଯାଇଥିଲା । ମିଠା ବିଭିନ୍ନ ପ୍ରକାରର ଫଳମୂଳ ଭୋଗ ଲାଗି କରାଯାଇଥିଲା, 11 ଟା ବେଳେ ଖେଚୁଡ଼ି ଭୋଗ, ମଧ୍ୟାର୍ଣ୍ଣ ରେ ଅର୍ଣ୍ଣଧୂପ, ସନ୍ଧ୍ୟାବେଳେ ଆଳତି ଏବଂ ରାତ୍ରରେ ପହଡ଼ ପଡିଥିଲା । ପୂଜକ ଶ୍ରୀବସ୍ଛ ମିଶ୍ର, ପାଳିଆ ସେବକ ଶମ୍ଭୁନାଥ ମହାପାତ୍ର, କାହାଳିଆ ଟିକନ ବେହେରା, ଯିମାଦାର ବସନ୍ତ ରଥଙ୍କ ତତ୍ୱବାଧାନରେ ପୂଜାବିଦ୍ଧି ସମ୍ପାଦିତ ହୋଇଥିଲା ।