-+91-9937148622 |
prerana_bgr@rediffmail.com |
Friday 16th October 2026 |
R.N.I. Regd No. ODIODI/2010/46693
Breaking News
20-Oct-2021
ଧର୍ମଗଡ଼(ଜ୍ୟୋତିରଞ୍ଜନ ବେମାଲ )
ବହୁ ଚର୍ଚ୍ଚିତ ସନ ସାଇନ୍ ସ୍କୁଲ୍ ଅଧ୍ୟକ୍ଷା ମମିତା ମେହେର ନିଖୋଜ ଘଟଣା । ଗତ କାଲି କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ଠାରେ ରହୁଥିବା ଏକ ନିର୍ମାଣ ଧିନ ଖେଳ ପଡିଆ ରୁ ମୃତ ମମିତା ମେହେରଙ୍କ ମାଟି ତଳୁ କିଛି ଅଂଶ ବିଶେଷ ମିଳିବା ପରେ ମମିତା ମେହେର ଙ୍କ ମୃତ୍ୟୁରେ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଙ୍କ ହାତ ରହୁଥିବା ଅଭିଯୋଗ ନେଇ ଆଜି କଳାହାଣ୍ଡି ବିଜେପି ତରଫରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି ସେହିଭଳି ଧର୍ମଗଡ଼ ଠାରେ ମଧ୍ଯ ବନ୍ଦ ଡାକରା ଦିଆଯାଇଛି । ତେବେ ବିଜେପି ଦାବି କରିଛି ଯେ କ୍ୟାପଟେନ ଦିବ୍ୟଶଙ୍କ ମିଶ୍ର ମନ୍ତ୍ରୀ ପଦ ରୁ ଇସ୍ତଫା ଦେବା ଏବଂ ମମି ତା ମେହେରଙ୍କ ହତ୍ୟାକାରୀ ଙ୍କୁ ଫାଶୀ ଦେବା ଦାବି କରିଛି । ଧର୍ମଗଡ଼ ବନ୍ଦ ଯୋଗୁଁ ସଂପୂର୍ଣ୍ଣ ଅଖ ଚକ ବନ୍ଦ ରହିବା ସହ ଦୋକାନ ବଜାର ସରକାରୀ ବେସରକାରୀ ଅନୁଷ୍ଠାନ ବନ୍ଦ ରହିଛି।