-+91-9937148622 |
prerana_bgr@rediffmail.com |
Friday 16th October 2026 |
R.N.I. Regd No. ODIODI/2010/46693
Breaking News
20-Oct-2021
ସୋନପୁର(ମନୋରଞ୍ଜନ ତ୍ରିପାଠୀ) :ଗୌରୀଙ୍କ ନିମନ୍ତ୍ରଣ ରୁ ଆରମ୍ଭ ହେଲା ସୋନପୁର ର ପ୍ରସିଦ୍ଧ ହରଗୌରୀ ଯାତ୍ରା। ଗତ ରାତିରେ ପ୍ରଥମେ ମାଁବୁଢିମା ଙ୍କ ମନ୍ଦିର ସାମ୍ନାରେ କାଠିପକା ଯିବାପରେ ମାଁ ବୁଢିମା ଙ୍କର ଆଜ୍ଞାନେଇ ଏକ ପଟୁଆର ରେ ସୁବର୍ଣ୍ଣ ମେରୁ ଙ୍କ ଜମିରୁ ମାଁ ଅନ୍ନପୂର୍ଣ୍ଣା ରୂପେ ଧାନଗଛକୁ ଆବାହନ କରି ପୂଜାର୍ଚ୍ଚନା କରି ଏକ ଅବିବାହିତ ଯୁବକ
ସ୍ୱଗତଂ ପାତ୍ର ଏକ ଥାଳରେ ତାଙ୍କ ମୁଣ୍ଡ ରେ ଧାରଣକରି ଘଣ୍ଟ ଶଙ୍ଖ ଭେରିତୁରୀ ଓ ସଂକୀର୍ତ୍ତନ ସହ ଏକ ପଟୁଆରରେ ବୁଢିମା ମନ୍ଦିର ପରିସରକୁ ଆସିଥିଲେ। ରାସ୍ତାରେ ଅନେକ ଶ୍ରଦ୍ଧାଳୁ ନିଜନିଜ ଦ୍ୱାର ସାମ୍ନାରେ କଳସ ଓ ଦୀପ ଜାଳି ମାଁଗୌରୀଙ୍କ ଆଶିର୍ବାଦ ନେଇଥିଲେ। ଆଜି କୁମାରପୂର୍ଣ୍ଣିମା ଯୋଗୁଁ ପ୍ରଥମ ଅର୍ଘ୍ୟ ସ୍ୱରୂପ ସାହିର ପ୍ରତ୍ୟେକ ଘରୁ ଖିରୀଓ ପିଠାଭୋଗ ମାଁଙ୍କପାଖରେ ସମର୍ପଣ କରାଯାଇଥିଲା।ପରମ୍ପରା କ୍ରମେ ସକାଳୁ ଜଣେ ଯୁବକ ଡାକବାଲା ସାଜି ବିଭିନ୍ନ ସାହି ବସ୍ତିରେ ହରଗୌରୀ ଯାତ୍ରା ଆରମ୍ଭ ର ସୂଚନା ଦେଉଥିଲେ ଯାହାକି ସେ ସମୟର ପ୍ରଚାର ପ୍ରସାର ର ଏକ ପ୍ରମୁଖ ମାଧ୍ୟମ ଥିଲା।ପ୍ରତିବର୍ଷେ ଅନ୍ତରରେ ସୋନପୁର ଢେରାପଡା ରେ ରହୁଥିବା ତେଲୁଗୁ (ଢେରା) ସଂପ୍ରଦାୟର ଲୋକଙ୍କ ଦ୍ୱ।ରା ଆୟୋଜିତ ହେଉଥିବା ହରଗୌରୀ ଙ୍କ ପୂଜନୋତ୍ସବକୁ ତେଲୁଗୁ ଭାଷାରେ ଗୌରାମ୍ମା ସାମ୍ରାଲୁ ବୋଲି ମଧ୍ୟ କୁହାଯାଏ। ସହରର ସମସ୍ତ ଲୋକଙ୍କ ସହଭାଗିତା ଯୋଗୁଁ ଏଇ ଯାତ୍ରା ଏକ ସ୍ୱତନ୍ତ୍ର ସ୍ଥାନ ରଖିଛି ସମଗ୍ର ଓଡ଼ିଶାରେ। ଆଜି ମାତା ଅନ୍ନପୂର୍ଣ୍ଣା ଗୌରୀଙ୍କ ଆଗମନର ଦିନକ ପରେ ସୋନପୁର ର ବିଶିଷ୍ଟ ମୂର୍ତ୍ତିକାର ସ୍ୱର୍ଗତ ଗୋଲେଖ ସାହୁଙ୍କ ବାସଭବନରୁ ଦେବାଧିଦେବ ଶିବଙ୍କୁ ଆବାହନ କରି ଅଣାଯାଇ ଢେରାପଡା ସ୍ଥିତ ବୁଢିମା ମନ୍ଦିର ପରିସରରେ ରଖି ଦୀର୍ଘ ନଅ ଦିନଧରି ଷୋଡ଼ଶ ଉପଚାର ରେ
ପୂଜାର୍ଚ୍ଚନା ପ୍ରତ୍ୟହ ରୁଦ୍ରାଭିଷେକ ଓ ମହାପୂଜା ଓ ଆକର୍ଷଣୀୟ କୁଙ୍କୁମ ପୂଜା ଅନୁଷ୍ଠିତ ହୋଇଥାଏ। ଏହିସମୟରେ ସଂପୂର୍ଣ୍ଣ ସହର ଉତ୍ସବ ମୁଖରିତ ରହିଥାଏ ହେଲେ ଏବର୍ଷ କୋଭିଡ଼ କଟକଣା କୁ ଅନୁପାଳନ ପୂର୍ବକ କେବଳ ନୀତିକାନ୍ତିରେ ସୀମିତ ରଖିବାପାଇଁ ଯାତ୍ରା ପରିଚାଳନା କମିଟି ରେ ନିଷ୍ପତ୍ତି ନିଆଯାଇଛି।